ଏଣିକି ଜିଲ୍ଲାରେ ଚାକିରୀ କଲେ ଜିଲ୍ଲାରେ ହିଁ ରହିବାକୁ ପଡିବ

କେନ୍ଦ୍ରାପଡା() କେନ୍ଦ୍ରାପଡା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସତର୍କବାଣୀ ଶୁଣାଇଛନ୍ତି । କେନ୍ଦ୍ରାପଡାରେ ଚାକିରୀ କରି କଟକ କି ଭୁବନେଶ୍ୱରରେ ରହଣି ଚଳିବ ନାହିଁ । ଜିଲ୍ଲାରେ ଚାକିରୀ କଲେ ଜିଲ୍ଲାରେ ହିଁ ରହିବାକୁ ପଡିବ । ହେଡକ୍ୱାର୍ଟର ଛାଡି ବାହାରକୁ ଗଲେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡିବ । ଛୁଟି ଦିନେ ବି ଜିଲ୍ଲା ବାହାରକୁ ସରକାରୀ ଅଫିସରଙ୍କ ଯିବା ମନା । ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ଏଭଳି ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଜିଲ୍ଲାରେ ନିଯୁୁକ୍ତି ପାଉଥିବା ସରକାରୀ ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ କଟକ କିମ୍ବା ଭୁବନେଶ୍ୱର ରହି ଯା’ ଆସ କରନ୍ତି । ଏହାଦ୍ୱାରା ଅନେକ ଅମୟରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

two + 18 =