କୂଅରୁ ଉଦ୍ଧାର ହେଲା ଭାଲୁ

କୂଅରୁ ଭାଲୁକୁ ଉଦ୍ଧାର କଲା ନବରଙ୍ଗପୁର ବନବିଭାଗ । ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ଆସିଥିବା ଭାଲୁ ଗାଁ ନିକଟ ଏକ ପରିତ୍ୟକ୍ତ କୁଅରେ ଖସି ପଡିଥିଲା । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକ ଅନ୍ତର୍ଗତ ଫାମ୍ପୁଣୀ ଗ୍ରାମରେ । ଲୋକଙ୍କ ପାଖରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚିଥିଲା । ଉଦ୍ଧାର ପରେ ଭାଲୁ ହିଂସ୍ର ହୋଇପଡିଥିବାରୁ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିନଥିବା ଜଣାପଡିଛି । ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପରେ ଭାଲୁକୁ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଅନେକ ସମୟରେ ଦେଖାଯାଉଛି ଯେ, ବଣ୍ୟପ୍ରାଣୀମାନେ ଜଙ୍ଗଲ ପାଖରେ ଥିବା ଗ୍ରାମବସତି ଆଡକୁ ଆସୁଛନ୍ତି । ତେଣୁ ଏପରି ଘଟଣା ଘଟୁଛି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ବଣ ବିଭାଗ ସଚେତନତା ହୋଇ କାମ କରିବା ପାଇଁ ନିିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twenty − sixteen =