ସରିଲା ଚକା ଡେରା, ଶୀଘ୍ର ଲାଗିବ ଅଖ

ପୁରୀ() ରଥଖଳାରେ ଆଜି ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ ତିନି ରଥର ଚକ ଅଖ ମଧ୍ୟରେ କେତେକ ଦୂରତା ରହିବ ସେ ଅନୁଯାୟୀ ମାପ ହୋଇ ଖଞ୍ଜାଯିବ ।

ତିନି ରଥ ପାଇଁ ଆବଶ୍ୟକ ପଡୁଥିବା ଭୂଇଁ ଚଉଡା କାଠ ଆଜି ମିଲ୍‍ରୁ ଚଉପଟ ହୋଇ ଆସି ପହଞ୍ଚିଛି । ରଥ ଅମିନ ଭୋଇ ସେବନମାନଙ୍କ ମାଧ୍ୟମରେ ତିନି ରଥର ମୁଖ୍ୟ ମହାରଣାମାନଙ୍କୁ ଭୂଇଁ ଚଉଡା କାଠ ଯୋଗାଇ ଦେଇଛନ୍ତି । ଉକ୍ତ କାଠକୁ ମହାରଣା ସେବକମାନେ ସାଲ ସହ ସେଥିରେ ବିନ୍ଧକାମ କରୁଛନ୍ତି । ଏହି ଭୂଇଁ ଚଉଡା କାଠ ତିନିରଥ ପାଇଁ ଭିନ୍ନ ଭିନ୍ନ ଆକାରରେ ଲାଗିଥାଏ ।

ଋୂପକାର ସେବକମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ନାଟ ଗୋଡରେ ରାହୁମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲୁ ରଖିଛନ୍ତି । ତିନିରଥର ମହାରଣା ସେବକମାନେ ପୋଲ ଗୟଳ ଏବଂ ଛନ୍ଦା ଗୟଳର ଚଉପଟ କାମ ଜାରି ରଖିଛନ୍ତି । ଦେବଦଳନ ରଥର ବଡ ପୋଲ ଗୟଳ କାମ ଦୋଳବେଦୀରେ କରତ ସେବକମାନେ ସାରିଛନ୍ତି । ତାହା ଚଉପଟ ପାଇଁ ରଥଖଳାକୁ ଯିବ । ଦୋଳବେଦୀ ଠାରେ ଓଝା ସେବକମାନେ ଆବଶ୍ୟକ ପରିମାଣ ଦଣ୍ଡାକଣ୍ଟା, ଗୟଳ କଣ୍ଟା ଆଦି ପ୍ରସ୍ତୁତିରେ ଲାଗିଛନ୍ତି ।

ଆଜି ସାକଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ତେବେ ସମସ୍ତ ସେବକମାନେ ସୁସ୍ଥ ଥିବା ଜଣାଯାଇଛି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଗରାବଡୁ ସେବକମାନଙ୍କର କରୋନା ପରୀକ୍ଷା ପାଇଁ ୪୦ଜଣଙ୍କର ନମୂନା ସଂଗ୍ରହ ହୋଇଛି । ଏହାଛଡା ଘଣ୍ଟୁଆ ସେବକ, ଶ୍ରୀମନ୍ଦିର ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍‍ ୬୩ଜଣଙ୍କର ନମୂନା ସଂଗ୍ରହ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four + six =