Friday, October 30, 2026
Latestରାଜ୍ୟ

୩ ରୁ ରାଜ୍ୟରେ ବର୍ଷା

ଏବେ ରାଜ୍ୟରେ କମିଛି ଶୀତ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ। ବଙ୍ଗୋପସାଗର ମଧ୍ୟରୁ ପ୍ରବାହିତ ଉଷ୍ଣ-ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରା ବଢିବା ସହ ଶୀତ କମିଛି। ଏପଟେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୩ ତାରିଖରୁ ପୁଣି ବର୍ଷାରେ ଭିଜିବ ଓଡିଶା। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ସହ ଘଡ଼ଘଡ଼ିର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ୪ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସହ ବିଜୁଳି ସମ୍ଭାବନା ରହିଛି। କେତେକ ଜିଲ୍ଲାରେ କୁଆପଥର ମାଡ଼ ହେବାର ମଧ୍ୟ ପୂର୍ବାନୁମାନ ହୋଇଛି। ବର୍ଷା କମିବା ପରେ ପାଗରେ ପୁଣି ପରିବର୍ତ୍ତନ ହେବ।

Share

Leave a Reply

Your email address will not be published. Required fields are marked *

sixteen − twelve =