କୋରାପୁଟ ଜିଲ୍ଲାର ୩ ଜଣ କଂଗ୍ରେସ ନେତା ମିଶିଲେ ବିଜେଡିରେ

ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ତିନି ଜଣ ବଡ ନେତା । କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଜେଡି ପର୍ୟ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ମିଶିଛନ୍ତି। ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ଜୟପୁର ନିର୍ବାଚନମଣ୍ଡଳୀର ୨୦୦୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ନାଗରାଜ ଦୋରା, ବୋରିଗୁମ୍ମା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ନିରଞ୍ଜନ ପ୍ରଧାନ ଓ ବୋରିଗୁମ୍ମା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି । କୋରାପୁଟ ଜିଲ୍ଲାରେ ବିଜେଡି କେମିତି ଅଧିକ ମଜବୁତ ହେବ, ସେ ନେଇ କାମ କରିବେ ବୋଲି ଏହି ୩ ନେତା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

ten + 3 =