ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି  । ସାରା ଓଡ଼ିଶାରେ ବର୍ଷା ହୋଇଥିବା ବେଳେ ଉତ୍ତର ଓ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିଛି  । ଫଳରେ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା ଦେଖାଯାଇଛି  ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିଦେ୍ର୍ଧଶକ ଏଚ ଆର ବିଶ୍ୱାସ କହିଛନ୍ତି ଯେ, ଆଜି ରାଜ୍ୟର ୯ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ  । ଉକ୍ତ ଜିଲା ଗୁଡ଼ିକ ହେଲା ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼  । ଏହି ସବୁ ଜିଲାରେ ବର୍ଷା ଯୋଗୁଁ ଭୂସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିଯିବା ଆଶଙ୍କା ରହିଛି  । ଅନ୍ୟପଟରେ ଛତିଶଗଡ଼ରେ ଆଜି ଅଧିକ ବର୍ଷା ହେବାକୁ ଥିବାରୁ ଓଡ଼ିଶାରେ ବନ୍ୟା ପରିସ୍ଥିତ ଉପୁଜିପାରେ ବୋଲି କହିଛନ୍ତି କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ  । ଏହି ଲଘୁଚାପ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବ ଓ ବନ୍ୟା ପରିସ୍ଥିତ ହୋଇପାରେ ବୋଲି ସେ କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

4 × 4 =