୭ଜିଲ୍ଲାରେ ବର୍ଷା ସହ ଘୂର୍ଣ୍ଣିଝଡ଼ ସମ୍ଭାବନା

ଭୁବନେଶ୍ୱର() ଆହୁରି ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା । ଏନେଇ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ୭ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ବହିବ ପବନ ।ଏହି ଜିଲ୍ଲାଗୁଡିକ ହେଲା ପୁରୀ, ଢ଼େଙ୍କାନା. ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ , କେନ୍ଦୁଝର, ମୟୁରଭଞ୍ଜ ।୯ ତାରିଖ ଅପରାହ୍ଣଠାରୁ ପାଗରେ ପରିବର୍ତନ ଆସିବ । ବର୍ଷା କମିବା ସହ କୁହୁଡ଼ି ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେଣୁ ସତର୍କତା ଅବଲମ୍ବନ କରିବାକୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen − six =