Friday, October 30, 2026
Latestରାଜ୍ୟ

ଆଜିଠୁ ୩୦ ଯାଏଁ ବଲାଙ୍ଗିର ବନ୍ଦ କାରଣ ଜାଣନ୍ତୁ …

ବଲାଙ୍ଗିରରେ ଜୋର ଧରିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। ଆଜିଠୁ ୩୦ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଏବଂ ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିବ। ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ଆନ୍ଦଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତରୋକ କରିବା ସହ ରେଳରୋକ କରିଛନ୍ତି ।
ସମ୍ବଲପୁର, ବଲାଙ୍ଗିର ଓ ଜୟପୁର ପରେ କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି। ସ୍ଥାୟୀ ବେଞ୍ଚ ଦାବିରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଆନ୍ଦୋଳନକାରୀମାନେ ସକାଳୁ ସକାଳୁ ପିକେଟିଂ କରି କୋର୍ଟ, ବ୍ୟାଙ୍କ ସହ ସରକାରୀ କାର୍ୟ୍ୟାଳୟ ବନ୍ଦ କରିଛନ୍ତି। ଆଜି କେବଳ ବ୍ୟାଙ୍କ ଓ କୋର୍ଟ ବନ୍ଦ ରଖାଯିବ। ୭ ତାରିଖରେ ସମଗ୍ର କଳାହାଣ୍ଡି ବନ୍ଦ କରାଯିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

sixteen − 12 =