୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ପାଗରେ ହେଲା ପରିବର୍ତ୍ତନ । ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ହେଲେ ଫିକା ପଡ଼ିପାରେ ହୋଲି । ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବ ।

ଗତ ୨୪ ଘଣ୍ଟା ଭିତରେ ବାଲେଶ୍ୱର, ଗୋପାଳପୁର, ପୁରୀ ଓ ଚାନ୍ଦବାଲିରେ ବର୍ଷା ହୋଇଛି । ବାଲେଶ୍ୱରରେ ୮.୬, ଚାନ୍ଦବାଲିରେ ୬.୪ ଓ କୋରାପୁଟରେ ୯.୪ ମିଲିମିଟର ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen + eight =