୨ ଦିନ ସତର୍କ ରୁହ ରାଜଧାନୀବାସୀ

ଭୁବନେଶ୍ୱର() ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରେ ୨ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଶନିବାର ଓ ରବିବାର ରାଜଧାନୀରେ ପ୍ରବଳ ବର୍ଷା ହେବ । ଏପରିକି ଘଣ୍ଟାକରେ ୨ ରୁ ୩ ସେମିତି ଅର୍ଥାତ ୨୦ ରୁ ୩୦ ମିମି ବର୍ଷା ହେବ । ରାଜଧାନୀରେ ଏତିକି ବର୍ଷା ଘଣ୍ଟାକରେ ହେଲେ ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ହେବାର ନଜିର ଅଛି । ତେଣୁ ସ୍ଥିତି ସାଂଘାତିକ ହୋଇପାରେ । ପାଣିପାଗ ବିଭାଗର ଅନୁମାନ, ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ହେବ, ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହେବ, ବର୍ଷା ଯୋଗୁଁ ରାସ୍ତାରେ କମ୍ ଦୃଶ୍ୟମାନ ସ୍ଥିତି ସୃଷ୍ଟି ହେବ । ରାସ୍ତା ଖସଡ଼ା ହେବାର ଥିବା ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 3 =