ବୈଜୟନ୍ତଙ୍କୁ ସମନ, କାଲି ହଜାର ହେବେ

ଭୁବନେଶ୍ୱର () ବୈଜୟନ୍ତ ପଣ୍ଡା ଗୋଟିଏ ପରେ ଗୋଟିଏ ଆଇନକୁ ଉଲଂଘନ କରି ଚିଲିକା ଉପରେ ନିଜ ହେଲିକପ୍ଟରକୁ ଲ୍ୟାଣ୍ଡ କରିଥିଲେ । କେବଳ ଚିଲିକାରେ ଅବତରଣ କରିନଥିଲେ ବରଂ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ଉପରେ ନିଷିଦ୍ଧ ଅଂଚଳରେ ଉଡାଣ କରିଥିଲେ । ଏହା ତାଙ୍କର ଓ ତାଙ୍କ ବନ୍ଧୁଙ୍କ ଟ୍ୱିଟର ଆକାଉଣ୍ଟରେ ଅପଲୋଡ ହୋଇଥିବା ଭିଡ଼ିଓରୁ ସ୍ପଷ୍ଟ ହୋଇଛି । ଏପରିକି ପୋଲିସ ବିମାନ ବନ୍ଦର ହ୍ୟାଙ୍ଗରରୁ ଜବତ କରିଥିବା ହେଲିକପ୍ଟରରୁ ବାରି ହେଉଛି ଯେ, ହେଲିକପ୍ଟରରେ ପାଣିରେ ଅବତରଣ କରିବାର ବ୍ୟବସ୍ଥା ରହିଛି ।

ଏହି ମାମଲାରେ ପୁରୀ ପୋଲିସ ଆଜି ଇମ୍ଫା କାର୍ଯ୍ୟାଳୟରେ ପଚରାଉଚରା କରିଛି । ଆସନ୍ତାକାଲି ମଧ୍ୟାହ୍ନ 12ଟା ସୁଦ୍ଧା ବୈଜୟନ୍ତ ଓ ତାଙ୍କର ଦୁଇଜଣ ବନ୍ଧୁଙ୍କୁ ଥାନାରେ ହାଜର ହେବାକୁ ସମାନ ହୋଇଛି ।

ଚିଲିକାର ସଂରକ୍ଷିତ ପକ୍ଷୀ ଅଭୟାରଣ୍ୟର ଆଖପାଖରେ 500 ମିଟରରୁ କାମ ଉଚ୍ଚତାରେ ଉଡି ସଂରକ୍ଷିତ ଅଭୟାରଣ୍ୟ ଆଇନର ଉଲ୍ଲଙ୍ଘନ କରିଛି । ସେହିଭଳି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ଉପରେ କୌଣଷି ଘରୋଇ ବିମାନ କି ହେଲିକ୍ୟାପ୍ଟର ଉଡାଣ କରିବା ନେଇ ନିଷେଧାଦେଶ ଥିବା ବେଳେ ବୈଜୟନ୍ତଙ୍କ ବନ୍ଧୁମାନେ ଯେଉଁ ଭିଡ଼ିଓ ସୋସିଆଲ ମେଡିଆରେ ଅପଲୋଡ଼ କରିଛନ୍ତି ସେଥିରୁ ସ୍ପଷ୍ଟ ହୋଇଛି ଯେ, ସେମାନେ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ଉପରେ ଉଡାଣ କରିଛନ୍ତି । ତେଣୁ ସେ ଭରତୀୟ ପ୍ରତ୍ନତତ୍ୱ ଆଇନ ଉଲ୍ଲଙ୍ଘନ କରିଛନ୍ତି ।

ଏସବୁ ଆଇନର ଉଲ୍ଲଙ୍ଘନ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ବ୍ଲକ ବକ୍ସରୁ ସବୁ ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି । ଏଥିପାଇଁ ଡିଜିସିଏ ର ଅନୁମତି ମଗାଯାଇଛି ।

Share

Leave a Reply

Your email address will not be published. Required fields are marked *

17 − 10 =