ପୁରୀ ବସଷ୍ଟାଣ୍ଡରେ ନିଆଁ ଲାଗି ଜଳିଗଲା ୩ ବସ୍

ପୁରୀ: ପୁରୀ ବସଷ୍ଟାଣ୍ଡରେ ଲାଗିଲା ନିଆଁ । ସୋମବାର ପୁରୀ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଦୁଇଟି ବସରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କ ଜୀବନ ଉପରେ ବିପଦ ଆସିନଥିବା ସୂଚନା ମିଳିଛି । ବସଷ୍ଟାଣ୍ଡରେ ବସଗୁଡିକ ଖାଲି ଛିଡା ହୋଇଥିଲା । ଏହି ସମୟରେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେଠାରେ ଉପସ୍ଥିତ ଥିବା ଲୋକ ଓ ଖବର ପାଇଁ ଅଗ୍ନିଶମ ବିଭାଗ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ଏଥିରେ ୩ଟି ବସ୍ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବସରେ କୌଣସି ଯାତ୍ରୀ ନଥିବାରୁ କେହି ବି ଏଥିରେ ଆହତ କିମ୍ବା ମୃତାହତ ହୋଇଥିବା ଖବର ମିଳିନି ।

Share

Leave a Reply

Your email address will not be published. Required fields are marked *

13 − 10 =