ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭୟ

କଟକ() ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ।କଟକ ପୋଲିସ ମୁଖ୍ୟାଳୟ ଠାରେ ଅଭୟଙ୍କୁ ଦିଆଯାଇଛି ଅଭିବାଦନ । ପୂର୍ବରୁ ସେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ ।

ତେବେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେବାରେ ଅନିୟମିତତା ଅଭିଯୋଗରେ ପୂର୍ବତନ ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳି ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ ରାଜ୍ୟ ସରକାର । କିନ୍ତୁ ସେତେବେଳେ ଅଭୟ ଡେପୁଟେସନରେ ଥିବା ହେତୁ ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଥିଲା । ଡେପୁଟେସନରୁ ଫେରିବା ପରେ ଆଜି ଆନୁଷ୍ଠାନିକ ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ଅଭୟ ।

Share

Leave a Reply

Your email address will not be published. Required fields are marked *

6 + 20 =