ଟାଟା ଷ୍ଟିଲ ଫାଉଣ୍ଡେସନ ଗୁଆଳି ଅଂଚଳବାସୀଙ୍କ ସ୍ୱପ୍ନକୁ ସାକାର କରୁଛି

– ଟିଏସ୍‌ଏଫ୍‌ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ଆୟ ସୃଷ୍ଟି ପାଇଁ ଆକୃଷ୍ଟ କରୁଛି

ଯୋଡ଼ା: ପରିବାରରେ ଏକ ଦୁଃଖଦ ଘଟଣା ଘଟିବାରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ନୂଆଗାଁ ଗ୍ରାମର ଭାରତୀ ପାତ୍ରଙ୍କ ଜୀବନ ୭ ବର୍ଷ ବୟସରେ ଭିନ୍ନ ମୋଡ଼ ନେଇଥିଲା । ୨୦୧୬ରେ ତାଙ୍କ ବାପାଙ୍କ ଦେହାନ୍ତ ହେବାରୁ ଦୁଇ ଭାଇଙ୍କ ଉପରେ ଘରର ସବୁ ଦାୟିତ୍ୱ ପଡ଼ିଥିଲା । ସେଥିପାଇଁ ସେମାନେ ଘରର ବୋଝ ବହନ କରିବାକୁ ବାଧ୍ୟ ହୋଇଥିଲେ ।

ଆର୍ôଥକ ଅନାଟନ ସତ୍ତ୍ୱେ ଭାରତୀ ପାଠପଢ଼ା ଜାରି ରଖିଥିଲେ ଏବଂ ୨୦୨୧ରେ କୋଇଡ଼ା ଜୁନିୟର କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ । ନିଜ ପରିବାର ପ୍ରତି କର୍ତ୍ତବ୍ୟବୋଧ ଏବଂ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ି ସେ କାମ କରିବାର ସୁଯୋଗ ସନ୍ଧାନ କରିଥିଲେ । ପୂର୍ବରୁ କୌଣସି ଚାକିରି ଅଭିଜ୍ଞତା ନ ଥିବା ଏବଂ ବାହାରେ କାମ କରୁଥିବା ଝିଅମାନଙ୍କ ବିରୋଧରେ ସାମାଜିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ଭାରତୀ, ଗତ ବର୍ଷ ଟାଟା ଇଲେକ୍ଟ୍ରୋନିକ୍ସରେ ସଫଳତା ପାଇଥିଲେ ଏବଂ ବର୍ତ୍ତମାନ ତାମିଲନାଡୁରେ ଟେକ୍ନିସିଆନ୍ ଭାବରେ ଅବସ୍ଥାପିତ ହୋଇ କାର୍ଯ୍ୟ କରୁଛନ୍ତି ।

ଭାରତୀ କହନ୍ତି, “ମୋର ପାଠପଢ଼ା ସରିବା ପର୍ଯ୍ୟନ୍ତ ମୁଁ କେବେ ଭାବି ନଥିଲି ଯେ ମୁଁ ଘରୁ ବାହାରି, ରୋଜଗାର କରି ମୋ ପରିବାରର ପ୍ରତିପୋଷଣ ରେ ସାହାଯ୍ୟ କରିପାରିବି । ମୋର ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିଥିବାରୁ ମୁଁ ଟାଟା ଷ୍ଟିଲ ଫାଉଣ୍ଡେସନ ନିକଟରେ ପ୍ରକୃତରେ ଋଣୀ” ।

କେବଳ ଭାରତୀ ନୁହଁନ୍ତି, ତାଙ୍କ ଗାଁର ଅନ୍ୟ ତିନି ଝିଅ ଯଥା ନିଲୁ କୁମାରୀ ଗୁପ୍ତା, ଜ୍ୟୋତି ରାଣୀ ମୁଣ୍ଡା ଓ ନିକଟସ୍ଥ ଟୋପାଡିହ ଗାଁର ନନ୍ଦିନୀ ନାୟକ ମଧ୍ୟ ଟାଟା ଷ୍ଟିଲ ଫାଉଣ୍ଡେସନ ଜରିଆରେ ନିଜର ସ୍ୱପ୍ନ ପୂରଣ କରି ଏବେ ଟାଟା ଇଲେକ୍ଟ୍ରୋନିକ୍ସରେ କାର୍ଯ୍ୟରତ ଅଛନ୍ତି ଓ

ନନ୍ଦିନୀ ନାଏକ ଙ୍କ ବାପା ରଘୁନାଥ ନାୟକ କହନ୍ତି, “ଏହି ଅନୁନ୍ନତ ଅଂଚଳରେ ରହି ଚାକିରି କଥା ଦୂରେ ଥାଉ, ଲୋକମାନେ ଉଚ୍ଚଶିକ୍ଷା କଥା ଭାବିପାରୁନାହାନ୍ତି । ଏହି ଝିଅମାନଙ୍କ ସ୍ୱପ୍ନକୁ ସାକାର ଲାଗି ଡେଣା ଦେଇଥିବାରୁ ଆମେ ଟାଟା ଷ୍ଟିଲ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଉଛୁ ।”

ଶିକ୍ଷା ଓ କ୍ରୀଡ଼ା ଭଳି କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବା ପାଇଁ ଯୁବ ପ୍ରତିଭାମାନଙ୍କୁ ମାର୍ଗଦର୍ଶନ କରିବା ସହିତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏହାର ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସଶକ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

11 + 17 =