ଗୁରୁବାର ଲୋକାର୍ପିତ ହେବ ପୋଖରୀପୁଟ ଓଭରବ୍ରିଜ

ଭୁବନେଶ୍ବର () ଆସନ୍ତାକାଲି ଲୋକାର୍ପିତ ହେବ ପୋଖରୀପୁଟ ଫ୍ଲାଇଓଭର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଏହି ଫ୍ଲାଇଓଭରକୁ ଲୋକର୍ପିତ କରିବେ । ନବନିର୍ମିତ ଏହି ଫ୍ଲାଇଓଭର ପୋଖରୀପୁଟ, ଜାଗମରା, ସୁନ୍ଦରପଦା, ଭୀମଟାଙ୍ଗୀ ଓ ପୂରୁଣା ଭୁବନେଶ୍ବରକୁ ସଂଯୋଗ କରିବ ।

ଏଥିପାଇଁ ପୂର୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ୬୫୩ମିଟର ଲମ୍ବ ବିଶିଷ୍ଟ ଓଭରବ୍ରିଜ୍ ପାଇଁ ୩୨.୫୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୨ ଅଗଷ୍ଟରେ ଓଭରବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ପଣ୍ଡା ଇନଫ୍ରାକୁ ଦିଆଯାଇଥିଲା । ୨୦୧୪ରେ ଏହି ଓଭରବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ରେଳ ଲାଇନ୍ ଉପରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ୨୦୧୩ ମସିହାରେ ଶେଷ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣରେ ଅସୁବିଧା, ସରକାରୀ କ୍ବାଟର୍ସ, ପୋଲିସ ବାରାକ୍ ଭାଙ୍ଗିବାରେ କିଛି ସମସ୍ୟା ହେବାରୁ ପୂର୍ତ ବିଭାଗର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ୨୦୧୭ ମସିହାରେ ସମସ୍ତ ଆଇନଗତ ସମସ୍ୟାର ସମାଧାନ ହେବା ପରେ ନିର୍ମାଣ କାର୍ଯ୍ୟ ଜୋରଦାର ହୋଇଥିଲା ।

ପୋଖରୀପୁଟରୁ ଜାଗମରା, ସୁନ୍ଦରପଦା, ଭୀମଟାଙ୍ଗୀ ଓ ପୂରୁଣା ଭୁବନେଶ୍ବରକୁ ଗମନାଗମନ ସୁଗମ କରିବା ପାଇଁ ଏହି ଓଭରବ୍ରିଜର ପରିକଳ୍ପନା କରାଯାଇଥିଲା । ରେଳ ଫାଟକ ଯୋଗୁଁ ଏହି ରାସ୍ତାରେ ଗମନାଗମନ ପାଇଁ ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । କାରଣ ଏହି ଲେବଲ କ୍ରସିଂ ଦେଇ ଦୈନିକ ୧୦୦ରୁ ଅଧିକ ଟ୍ରେନ ଚଳାଚଳ ହେଉଛି । ଏହାଦ୍ବାରା ଏହିସବୁ ଅଂଚଳର ପ୍ରାୟ ୫୦ହଜାର ଲୋକଙ୍କ ଯାତାୟତ ଏବେ ସୁଗମ ହେବ ।

୨୦୧୩ରୁ ୨୦୧୪ ମଧ୍ୟରେ ପୂ ର୍ ବିଭାଗ ଓ ରେଳବାଇ ତିନୋଟି ଓଭରବ୍ରିଜ କାମ ଏକାସାଙ୍ଗେ ଆରମ୍ଭ କରିଥିଲେ । ଭିଏସଏସ ନଗର, ପୋଖରୀପୁଟ ଓ ସହିଦ ନଗର । ସେ ମଧ୍ୟରୁ ଭିଏସଏସ ନଗର ଓଭରବ୍ରିଜ ୨୦୧୬ରୁ ଲୋକାର୍ପିତ ହୋଇସାରିଥିବା ବେଳେ ବିଭିନ୍ନ କାରଣରୁ ପୋଖରୀପୁଟ ଓ ସହିଦନଗର ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହୋଇଛି ।

Share

Leave a Reply

Your email address will not be published. Required fields are marked *

seven − four =