ଜଗନ୍ନାଥ ଏବଂ ପ୍ରିୟଙ୍କାଙ୍କ ଫଟୋ ଓ ଭିଡିଓ ପୋଲିସର ହସ୍ତଗତ

ଭୁବନେଶ୍ୱର: ପ୍ରିୟଙ୍କାଙ୍କୁ ବ୍ଲାକ୍ମେଲ୍ କରୁଥିଲା ଅଭିଯୁକ୍ତ ଜଗନ୍ନାଥ । ଏୟାରଫିଲ୍ଡ ଥାନା ପୁଲିସକୁ ଏନେଇ ପକ୍କା ତଥ୍ୟ ଉଭୟଙ୍କ ମୋବାଇଲର ହ୍ୱାଟସ୍ଅପ୍ ଚାଟ୍ରୁ ମିଳିଛି । କିନ୍ତୁ ଜଗନ୍ନାଥଙ୍କ ମୋବାଇଲ୍ରେ ଚାଟ୍ର ସମସ୍ତ ହିଷ୍ଟ୍ରି ଓ ଫଟୋ ଭିଡିଓ ରହିଛି । କିନ୍ତୁ ପ୍ରିୟଙ୍କା ତାଙ୍କ ମୋବାଇଲ୍ରୁ ଏସବୁ ଚାଟ୍କୁ ଡିଲିଟ୍ କରି ଦେଇଛନ୍ତି ।

ଏସବୁ ଫଟୋ ଭିଡିଓ ସହ ହ୍ୱାଟସ୍ଅପ୍ ଚାଟ୍କୁ ପ୍ରମାଣ ଭାବେ ଅଦାଲତରେ ଉପସ୍ଥାପନ କରିବାକୁ ପୁଲିସ୍ ସଂଗ୍ରହ କରିଛି । ସାଇଣ୍ଟିଫିକ୍ ଟିମ୍ ଅପରାଧସ୍ଥଳରୁ ଉଭୟଙ୍କ ମୋବାଇଲ୍ ଜବତ କରିଥିଲା । ଯାହାର ରିପୋର୍ଟ ତଦନ୍ତକାରୀ ପୁଲିସର ହସ୍ତଗତ ହୋଇଛି । ଜଗନ୍ନାଥର ମୋବାଇଲ୍ରୁ ୧୫୦ରୁ ଅଧିକ ଫଟୋ ଓ ୩୦ରୁ ଅଧିକ ଭିଡିଓ ମିଳିଛି । ସମସ୍ତ ଫଟୋ ଓ ଭିଡିଓ କଲେଜରେ ପାଠପଢ଼ା ବେଳର । କୌଣସି ଗୋଟିଏ ବି ଫଟୋ କି ଭିଡିଓ ଅଶ୍ଲୀଳ ନୁହେଁ । କିନ୍ତୁ ଉଭୟେ ବୁଲାବୁଲି ବେଳେ ଏକାଠି ଉଠାଯାଇଥିବା ଫଟୋଗୁଡି଼କର ଅପବ୍ୟବହାର କରିବାକୁ ଯୋଜନା କଲା ଜଗନ୍ନାଥ।

Share

Leave a Reply

Your email address will not be published. Required fields are marked *

twenty − 19 =