ପର୍ଣ୍ଣ ରାକେଟ୍ କେସରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ପର୍ଣ୍ଣ ରାକେଟ୍ କେସ୍ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲାରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୦ରେ ଗିରଫ କରିଥିଲା।

ଜୁଲାଇରେ ରାଜ କୁନ୍ଦ୍ରା ଗିରଫ ହେବା ପୂର୍ବରୁ ମୁମ୍ବାଇ ପୋଲିସ ଫେବୃଆରୀରେ ଏହି ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜଡିତ ଅଭିଯୁକ୍ତମାନେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବା ସହ ୱେବ୍ ସିରିଜ୍ ଓ ବଲିଉଡ ଫିଲ୍ମରେ ଅଫରର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା। ଆଶାୟୀ ମଡେଲ୍ ଏବଂ ଅଭିନେତାମାନଙ୍କୁ ଫିଲ୍ମରେ ବ୍ରେକ ଦେବାର ଲୋଭ ଦେଖାଇ ସେମାନଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ କାମ କରିବାକୁ କୁହାଯାଉଥିଲା ବୋଲି ଅଭିଯୋଗ ହୋଇଥିଲା ।

ରାଜ କୁନ୍ଦ୍ରାଙ୍କ ସହ ତାଙ୍କ କମ୍ପାନୀର ଆଇଟି ହେଡ୍ ରିଆନ ଥର୍ପ ମଧ୍ୟ ପର୍ଣ୍ଣ ରାକେଟ୍ ମାମଲାରେ ଗିରଫ ହୋଇଥିଲେ। ରାଜ କୁନ୍ଦ୍ରା ଗତ ବର୍ଷ ସେପ୍ଟେମ୍ବରରେ ଜାମିନରେ ମୁକୁଳି ଥିଲେ ।

Share

Leave a Reply

Your email address will not be published. Required fields are marked *

1 × 2 =