ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ

ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଆଇଏସଆଇ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଈଶ୍ୱରଙ୍କର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ଅସ୍ଥାୟୀ ଫଟୋ ଗ୍ରାଫର ଭାବେ କାମ କରୁଥିବା ଈଶ୍ୱର ବେହେରାକୁ କ୍ରାଇମ ବ୍ରାଞ୍ଚ ୨୦୧୫ ମସିହା ଜାନୁଆରୀ ମାସ ୨୨ ତାରିଖରେ ଗିରଫ କରିଥିଲା । ଆଉ ସେହି ଦିନଠାରୁ ସେ ବାଲେଶ୍ୱର ଜେଲରେ ଅଛି ଈଶ୍ୱର ।

ଆଇଏସଆଇ ଏଜେଣ୍ଟଙ୍କ ସହ ଈଶ୍ୱର ଭାରତର କିଛି ବ୍ୟକ୍ତିଗତ ତଥ୍ୟ ସେୟାର କରୁଥିଲା । ଚାନ୍ଦିପୁର ଆଇଟିଆରରେ କେତେବେଳେ କେଉଁ କ୍ଷେପଣାସ୍ତ୍ର ପରୀକ୍ଷା ହେବ, ତାହାର ପୂର୍ବ ସୂଚନା ଈଶ୍ୱର ବହେରା ଆଇଏସଆଇ ଏଜେଣ୍ଟକୁ ଜଣାଉଥିଲା । ଆଇଏସଆଇ ଏଜେଣ୍ଟଙ୍କ ସହ ଅଡିଓ ବାର୍ତ୍ତାଳାପ କ୍ରାଇମବ୍ରାଞ୍ଚ କୋର୍ଟରେ ଉପସ୍ଥାପନ କରୁଥିଲା । ସେହିପରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସହ ଆଇଏସଆଇ ଏଜେଣ୍ଟଙ୍କଠାରୁ ଟଙ୍କା ନେଇଥିବା ପ୍ରମାଣ ପୋଲିସ ହାତରେ ଲାଗିଥିଲା । ଏହି ମାମଲାରେ ମୋଟ ୨୯ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ଦଫା ୧୨୦ ବି,୧୨୧, ୧୨୧ ଏ, ଦେଶ ଦ୍ରୋହ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଗିରିଜା ପ୍ରସାଦ ମହାପାତ୍ର ତାଙ୍କ ରାୟରେ ଈଶ୍ୱର ବହେରାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 3 =