ଏଣିକି ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର() କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକଡାଉନ ଓ ସଟଡାଉନ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି । ଏବେ ଯାତ୍ରୀବାହୀ ବସ ଚଳାଚଳ ସ୍ୱାଭାବିକ । ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଅନ୍ୟପଟେ ରାଜ୍ୟ ଘରୋଇ ବସ ମାଲିକ ସଂଘର କହିବା କଥା କଟକଣା କୋହଳ ପରେ ବି ବସରେ ମାତ୍ର ୧୦ ରୁ ୨୦ ଜଣ ଯାତ୍ରୀ ଆସୁଛନ୍ତି । ଯେଉଁ ଥିରେ ବସ ଚଳାଇବା ସମ୍ଭବ ହେଉନାହିଁ । ଲୋକଙ୍କ ମନରେ କରୋନା ପ୍ରତି ଭୟ ଥିବାରୁ ବସରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ କାର୍ୟ୍ୟକ୍ରମ କରିବାକୁ ସଂଘ ସଦସ୍ୟ ଅନୁରୋଧ କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତ, କଟକଣା କୋହଳ ହେବା ପରେ ଉଭୟ ସରକାରୀ ଓ ଘରୋଇ ବସ ଚଳାଚଳ କରିବାରେ ଆଉ କିଛି ଅସୁବିଧା ନାହିଁ ।

Share

Leave a Reply

Your email address will not be published. Required fields are marked *

six − five =