ଓୟୁଏଟି ଆସିଷ୍ଟାଣ୍ଟ ପ୍ରଫେସର ଙ୍କ ଆତ୍ମହତ୍ୟା

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନାଙ୍କ ସନ୍ଦେହ ଜନକ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଓୟୁଏଟି କ୍ୱାଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି । ସେନେଇ ଖୋଳତାଡ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମାମଲାର ତଦନ୍ତ କରୁଛି । ତେବେ ବାସନ୍ତୀଙ୍କର ସ୍ୱାମୀ ବି ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି । ଉଭୟଙ୍କ ମଧ୍ୟରେ ୨୦୧୨ରେ ବିବାହ ହୋଇଥିଲା । ତେବେ ପୁଅର ସ୍ୱାସ୍ଥ୍ୟବସ୍ଥାକୁ ନେଇ ସବୁବେଳେ ଚିନ୍ତିତ ରହୁଥିଲେ ବାସନ୍ତୀ । ତାସହିତ ସ୍ୱାମୀ ମଦ୍ୟପାନ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡା ହୋଇଥିବା ବାସନ୍ତୀଙ୍କର ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏ ସବୁ ଦିଗକୁ ନେଇ ପଡୋଶୀ ଏବଂ ଅନ୍ୟ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି ପୋଲିସ । ତେବେ ଗତକାଲି ବାସନ୍ତୀ ୧୦୦ ନମ୍ବରକୁ ଡାଏଲ କରିଥିବା ସ୍ୱାମୀ କହିଛନ୍ତି । କାହିଁକି ଏବଂ କେଉଁ ପରିସ୍ଥିତିରେ ଏହା କରାଯାଇଥିଲା ।ତାହା ଏବେ ବି ସନ୍ଦେହ ଘେରରେ ।

Share

Leave a Reply

Your email address will not be published. Required fields are marked *

12 + nineteen =