ବନ୍ଦ ହେଲା କାଗଜ ଲାଇସେନ୍ସ

ଭୁବନେଶ୍ୱର()  ବନ୍ଦ ହେଲା କାଗଜ ଲାଇସେନ୍ସ  । ଏଣିକି ଅନଲାଇନରେ ମିଳିବ ଡ୍ରାଇଭିଙ୍ଗ ଲର୍ଣ୍ଣିଂ ଲାଇସେନ୍ସ ।ଆ-ଲର୍ଣ୍ଣିଂ ନେଇ ଆଂଚଳିକ ଭୁବନେଶ୍ୱର କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯେଉଁମାନେ କାଗଜ ଦସ୍ତାବିଜ ପାଇଁ ଇଚ୍ଛା ପ୍ରକାଶ କରିବେ, ସେମାନେ ଲିଖିତ ସମ୍ମତି ପ୍ରଦାନ କରି ଫିସ ପୈଠ କଲେ ଅନଲାଇନରେ ଦସ୍ତାବିଜ ପାଇପାରିବେ । ଏଥିପାଇଁ ଆବେଦକଙ୍କୁ ସଂପୃକ୍ତ ୱେବସାଇଟକୁ ଯିବାକୁ ପଡିବ ।

ଡ୍ରାଇଭିଂ ଲାଇସେନ୍ସ ଓ ବିଭିନ୍ନ ଗାଡି କାଗଜପତ୍ର ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଡକ୍ୟୁମେଣ୍ଟ ପାଇବାକୁ ସକାଳ ପହରୁ ଲମ୍ବା ଲାଇନ ଦେଉଛନ୍ତି । କାଜର ଖଣ୍ଡେ ପାଇଁ ସାରା ଦିନ ଧାଡିରେ ରହିବାକୁ ପଡୁଥିବାରୁ ଲୋକେ ଅସନ୍ତୋଷ ବି ଜାହିର କରିଛନ୍ତି । ତେବେ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଅନଲାଇନରେ ଲର୍ଣ୍ଣିଂ ଦେବାକୁ ସ୍ଥିର କରିଛନ୍ତି ଆରଟିଓ ।

Share

Leave a Reply

Your email address will not be published. Required fields are marked *

14 − fourteen =