ଜନ୍ମଦିନରେ ଭୋଜି ଖାଇବା ପଡିଲା ମହଙ୍ଗା

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୁମାତ ମଠ ସାହିରେ ଭୋଜି ଖାଇବାକୁ ଡାକି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ସନ୍ତୋଷ ମଲିକ ।ଅଭିଯୋଗ ଅନୁସାରେ, ସେହି ଗାଁର ସୁନାକରଙ୍କ ପରିବାର ସହ ସନ୍ତୋଷଙ୍କର କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ପରେ ନିଜ ଝିଅର ଜନ୍ମଦିନ ଭୋଜି ଖାଇବାକୁ ସେ ସନ୍ତୋଷଙ୍କୁ ଡାକିଥିଲେ। ସନ୍ତୋଷ ଭୋଜି ଖାଇ ସାରିବା ପରେ ସୁନାକର ତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ।ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।ଏନେଇ ସନ୍ତୋଷଙ୍କ ମାଆ ନିକିରାଇ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply

Your email address will not be published. Required fields are marked *

twenty + six =