ମୋମୋ ଗେମ ନେଲା ଇଂଜିନିୟର ଛାତ୍ରଙ୍କ ଜୀବନ

ରାଉରକେଲା:   ବ୍ଲୁ ହ୍ବେଲ ଗେମ ପରି ଦିନକୁ ଦିନ ଭାଇରାଲ ହେବାକୁ ଲାଗିଛି ମୋମୋ ଗେମ ା ଗେମର ଭୟଙ୍କର ପରିଣତି ସ୍ବରୁପ ଛାତ୍ରଛାତ୍ରୀ ମାନେ ଆତ୍ମହତ୍ୟା କରୁଛନ୍ତି ା ରାଉରକେଲାର ୨୦ବର୍ଷର ଛାତ୍ରର ଜୀବନ ନେଇଛି ମୋମୋ ଗେମ । ରାଉରକେଲା ରେଲଓ୍ବେର ଇଲେକ୍ଟ୍ରି ବିଭାଗରେ ସିନିୟର ଇଂଜିନିୟର ଏସ୍ ଶ୍ରୀନିବାସ ରାଓ ଙ୍କ ସାନ ପୁଅ ଏସ୍ ଚେତନ କୁମାର  ଏହି ଗେମର ଶିକାର  ହୋଇ ପ୍ରାଣ ହରାଇଛନ୍ତି ା ଭୁବନେଶ୍ବର ପଟିଆ ସ୍ଥିତ ଟ୍ରାଇଟ୍ରେଣ୍ଡ କଲେଜରେ +୩ କମ୍ପୁଟର ସାଇନ୍ସ ଫାଇନାଲ ଇୟରରେ ପାଠ ପଢ଼ୁଥିବା ଚେତନ ଗତ ୨୦ ତାରିଖ ସଂଧ୍ୟାରେ  କାହାକୁ କିଛି ନକହି ଭୁବନେଶ୍ବର ରେଳ ଷ୍ଟେସନରୁ ଚେନ୍ନାଇ ଯାଇ ଆଉ ୨୨ତାରିଖ ସକାଳ ୭.୪୦ ରେ ଚେନ୍ନାଇର ସଂଟ୍ରୋଲ ରେଲ ଷ୍ଟେସନ ନିକଟରେ ଥିବା  ୬ମହଲା ରାଜୀବ ଗାନ୍ଧୀ ମେମୋରିଆଲ ହସ୍ପିଟାଲରୁ ଡ଼େଇଁ ଆତ୍ମହତ୍ୟା କରିଥିଲା ।ପରେ ଚେନ୍ନାଇ ପୋଲିସ ଘଟଣା ସ୍ଥଳରେ ପହଚିଂ ମୃତ ଚେତନ କୁମାରଙ୍କ ବିଷୟରେ ଘର ଲୋକଙ୍କୁ  ଜଣାଇ ଥିଲେ ା

 

Share

Leave a Reply

Your email address will not be published. Required fields are marked *

eleven + 3 =