ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଆମିକସକ୍ୟୁରୀ ରଞ୍ଜିତ୍ କୁମାର । ଆସନ୍ତା ଏପ୍ରିଲ ୨ରେ ହେବ ପରବର୍ତ୍ତୀ ଶୁଣାଣି ହେବ । ଗତ ୨୩ ତାରିଖରେ ପୁରୀ ଆସି ତଥ୍ୟ ସଂଗ୍ରହ କରିଥିଲେ ଆମିକସ କ୍ୟୁରୀ ରଂଜିତ କୁମାର । ଏହି ସମୟରେ ସେ ପୁରୀ ଗଜପତି, ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ ।ମନ୍ଦିରର ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଆମିକସକ୍ୟୁରିଙ୍କୁ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଏହି ଦାୟିତ୍ୱ ଗୋପାଳ ସୁବ୍ରମଣ୍ୟମଙ୍କୁ ଦିଆଯାଇଥିଲା । ତେବେ ସେ ବ୍ୟକ୍ତିଗତ କାରଣରୁ ଓହରିଯାଇଥିଲେ । ଆମିକସ କ୍ୟୁରି ଦାୟିତ୍ୱ ନେବା ପରେ ରଂଜିତ କୁମାରଙ୍କର ପ୍ରଥମ ଥର ପାଇଁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =