Friday, October 30, 2026
Latestରାଜ୍ୟ

ଲଗାଣ ବର୍ଷାରେ ରାଜ୍ୟରେ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର: ବେହାଲ କରିଛି ବର୍ଷା । ବର୍ଷା ବିପôାତରେ ବେହାଲ ଓଡିଶା । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ୬ ହଜାର ୬୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୦ ଲକ୍ଷ ୪୬ ହଜାର ୨୨ ଜଣ ପ୍ରଭାବିତ ହୋଇଛନ୍ତି। ୧୩,୫୩୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨,୮୭୦ଟି ଘର ଭାଙ୍ଗିଛି। କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସରକାର ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି।
ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟାଯିବା ସହ ଡାକ୍ତରୀ ଟିମ୍ ପଠାଯାଇଛି। ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୧୧ ଲକ୍ଷ ୩୬ ହଜାର ୯୭୧ ଜଣ ପ୍ରଭାବିତ ହୋଇଥିଲାବେଳେ ୫୨୩ଟି ଘର କ୍ଷତିଗ୍ରସ୍ତ ହୋଇଛି।

Share

Leave a Reply

Your email address will not be published. Required fields are marked *

4 + 12 =