ପ୍ରତିବନ୍ଧକ ସତ୍ତ୍ବେ ବିକାଶ ଅଭିମୁଖେ ଓଡିଶା

ଭୁବନେଶ୍ବର () ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ବିକାଶର ଚିତ୍ର । କ୍ରମାଗତ ପ୍ରାକୃତିକ ବିପର୍ଯୟ ମୁକାବିଲା ସାଙ୍ଗକୁ କୋଭିଡ ସମୟରେ ଜୀବନଜୀବିକା ଓ ଅର୍ଥନୀତି ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ଅଞ୍ଚଳର ସମଭାବାପନ୍ନ ବିକାଶ ତଥା ସମାଜର ସବୁ ବର୍ଗର ଲୋକଙ୍କୁ ସଶକ୍ତ କରିବାକୁ ସରକାର ପ୍ରତିଶୃତିବଦ୍ଧ ।  

କ୍ରମାଗତ ଭାବେ ବିପର୍ଯ୍ୟୟର ଶିକାର ହେଉଥିବା ଓଡିଶା ୨୦୨୦ରେ କୋଭିଡ ମହାମାରିର ମଧ୍ୟ ସଫଳ ମୁକାବିଲା କରିଛି । ରାଜ୍ୟ ସରକାରଙ୍କ ପ୍ରାକ ପ୍ରସ୍ତୁତି ଯୋଗୁ ନିୟନ୍ତ୍ରଣରେ ରହିଲା ସଂକ୍ରମଣ । ଦୂରଦୃଷ୍ଟିସମ୍ପନ୍ନ ଓ ପ୍ରଭାବୀ ପ୍ରାକ ପ୍ରସ୍ତୁତିରୁ ମିଳିଛି ସଫଳତା । ୨୦୧୮ରେ ତିତିଲି, ୨୦୧୯ ମେ ମାସରେ ବୁଲବୁଲ ଓ ନଭେମ୍ବରରେ ଫନିର ସଫଳ ମୁକାବିଲା କରିଥିଲା ଓଡିଶା । ରାଜ୍ୟରେ ଗୋଟିଏ ବି ସଂକ୍ରମଣ ହେବା ପୂର୍ବରୁ କୋଭିଡ ମହାମାରୀକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଥିଲା । ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । କୋଭିଡ ପରୀକ୍ଷା ଠାରୁ ସଂକ୍ରମିତଙ୍କ ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସେବା ମାଗଣାରେ ଯୋଗାଇଦିଆଯାଇଥିଲା । କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ବିଶ୍ବବାପୀ ଓଡିଆଙ୍କୁ ଏକାଠି କରାଯାଇଥିଲା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ସୁସ୍ଥ ଓଡିଶା, ସୁଖୀ ଓଡିଶା । ମୋ ସରକାର କାର୍ଯ୍ୟକ୍ରମରେ ଲୋକଙ୍କ ଠାରୁ ମତାମତ ଆଧାରରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବତାକୁ ସୁନିଶ୍ଚିତ କରାଯାଉଛି । ରାଜ୍ୟରେ ବ୍ୟାପକ ସ୍ବାସ୍ଥ୍ୟ ଭିତ୍ତିଭୂମୀ ସୃଷ୍ଟିକୁ ଗୁରୁତ୍ବ ଦିଆଯାଉଛି । ୫ଟି ନୂଆ ମୋଡିକାଲ କଲେଜ ଓ ୭ଟି ଜିଲ୍ଲା ହସ୍ପିଟାଲ ନିର୍ମାଣଧୀନ ରହିଛି । ୩୫୦୦ କୋଟି ଟଙ୍କା ବ୍ୟୟରେ ଏସସିବିକୁ ଏମ୍ସ ପ୍ଲସ ଅନୁଷ୍ଠାନ ଭାବେ ପରିବର୍ଦ୍ଧିତ କରାଯାଉଛି ବୋଲି ସେ କହିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇନଥିବା ହିତାଧିକାରୀଙ୍କୁ ନିଜସ୍ବ ଯୋଜନାରେ ସାମିଲ କରାଯାଇଛି । ନିରନ୍ତର ସଂସ୍କାର ପ୍ରକ୍ରିୟା ଦ୍ବାରା ସ୍ବଚ୍ଛ, ଦକ୍ଷ, ଉତ୍ତରଦାୟୀ ଧାନ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ସବୁ ସହରାଞ୍ଚଳରେ ପାଇପ ପାଣି ଯୋଗାଣରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ । ଶତ ପ୍ରତିଶତ ଘରୋଇ ସଂଯୋଗ କାର୍ଯ୍ୟକାରୀ କରିବାରେ ଭୁବନେଶ୍ବର ଦେଶର ପ୍ରମୁଖ ସହର । ଦୃଢ ତଦାରଖ ବ୍ୟବସ୍ଥା ଯୋଗୁଁ ଗ୍ରାମୀଣ ଗୃହ ନିର୍ମାଣରେ ମିଳିଛି ସଫଳତା । ୨୦୨୦-୨୧ରେ ୨.୮ ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିବା ସେ ଦର୍ଶାଇଛନ୍ତି ।

କଠିନ ବର୍ଯ୍ୟବସ୍ତୁ ପରିଚାଳନାରେ ଓଡିଶାକୁ ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । ପୁଷ୍ଟିସାଧନ କାର୍ଯ୍ୟକ୍ରମ ପାଇଁ କଳାହାଣ୍ଡିର ୫ଟି ଅଙ୍ଗନବାଡି କେନ୍ଦ୍ରକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏସସି, ଏସଟି ଛାତ୍ରଛାତ୍ରଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି। ଆନ୍ତର୍ଜାତୀୟ ସ୍ତରରେ ଓଡିଶା ଏକ କ୍ରୀଡା ଶକ୍ତିଶାଳୀ ରାଜ୍ୟ ଭାବେ ପ୍ରତିଷ୍ଠା ଲାଭ କରୁଛି । ରାଜ୍ୟକୁ ଦେଶର ପ୍ରମୁଖ କ୍ରିଡା ଲକ୍ଷ୍ୟସ୍ଥଳରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଓଡିଶା ପୂର୍ବ ଭାରତରେ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହୋଇପାଇଛି ବୋଲି ସେ କହିଛନ୍ତି ।

ମହାମାରୀ ସତ୍ତ୍ବେ ୧.୨୦ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ପ୍ରସ୍ତାବକୁ ମିଳିଛି ମଂଜୁରୀ । ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ୧୧୭ଟି ଶିଳ୍ପାଞ୍ଚଳକ ବିକାଶ କରାଯାଇଛି । ୧୦ଟି ଶିଳ୍ପାଞ୍ଚଳରେ ଆଧୁନିକୀକରଣ ଓ ସଂପ୍ରସାରଣ ହୋଇଛି । ଭିଜନ-୨୦୨୫ରେ ପ୍ରସ୍ତାବିତ ୫ଟି ନୂଆ ଶିଳ୍ପପୂଞ୍ଜ ଆଗାମୀ ୫ ବର୍ଷରେ ସୃଷ୍ଟି ହେବ । ପ୍ରମୁଖ ପର୍ଯ୍ୟଟନସ୍ଥଳୀର ସଂରକ୍ଷଣ ଓ ସମନ୍ବିତ ବିକାଶକୁ ଗୁରୁତ୍ବ ଦେଉଛନ୍ତି ସରକାର ।

ରାଜ୍ୟରେ ବିମାନ ଚଳାଚଳ ବ୍ୟବସ୍ଥାକୁ ସଂପ୍ରସାରିତ କରିବାକୁ ହୋଇଛି ଯୋଜନା । ବିରାଶାଳ ଏୟାର ଷ୍ଟ୍ରିପରେ ହେବ ବିମାନ ଚାଳନା ତାଲିମ କେନ୍ଦ୍ର । ମାଲକାନଗିରିରେ ହେବ ନୂଆ ଏୟାର ଷ୍ଟ୍ରିପ । ଆରସିଏସ-ଉଡାଣ ଯୋଜନାରେ ସାମିଲ ହେବ ଜୟପୁର, ରାଉରକେଲା, ଉତ୍କେଲା ଏୟାର ଷ୍ଟ୍ରିପ । ସମସ୍ତଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ ବିଦ୍ୟୁତ ସେବା ଯୋଗାଇଦେବାକୁ ସରକାର ପ୍ରତିଶୃତିବଦ୍ଧ ।

ସେହିଭଳି ଗତ ୫ ବର୍ଷରେ ହ୍ରାସ ପାଇଛି ମାଓବାଦୀ କାର୍ଯ୍ୟକଳାପ । ସ୍ବାଭିମାନ ଅଞ୍ଚଳରେ ଗୁରା ସେତୁ, କଳାହାଣ୍ଡିର ମୂଷାନାଳ ଓ କନ୍ଧମାଳର ସିଡିଙ୍ଗା ପୋଲିସ କ୍ୟାମ୍ପ ପ୍ରତିଷ୍ଠା ମାଓ ଉପଦ୍ରପକୁ ଚେକ ଦେଇଛି। ନ୍ୟାୟପାଳିକାରେ ଆଧୁନିକୀକରଣକୁ ଦିଆଯାଉଛି ପ୍ରାଥମିକତା । ଖୁବଶୀଘ୍ର ସବୁ ଜିଲ୍ଲା ଜଜ୍ କୋର୍ଟରେ ଉପଲବ୍ଧ ହେବ ହାଇସ୍ପିଡ ଇଣ୍ଟରନେଟ ବ୍ୟବସ୍ଥା । ସବୁ ସରକାରୀ ସେବାକୁ ଅନଲାଇନରେ ଯୋଗାଇଦେବାକୁ ଆରମ୍ଭ ହୋଇଛି ଓଡିଶା ୱାନ ପୋର୍ଟାଲ । ବିଭିନ୍ନ ବ୍ୟାଙ୍କରେ ଜମା ରହିଥିବା ୨୮୦୦ କୋଟି ଟଙ୍କା ଫେରାଇ ଆଣିବାରେ ସରକାର ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।

୨୦୨୧ ଜାନୁଆରୀ ମାସ ସୁଦ୍ଧା ୩୮ହଜାର ୭୬୦ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୭.୩ ପ୍ରତିଶତ ଅଧିକ । କୋଭିଡର ସଫଳ ମୁକାବିଲା ପାଇଁ ଆପାତକାଳିନ ପାଣ୍ଠିକୁ ୨ହଜାର କୋଟିକୁ ବୃଦ୍ଧି କରାଯାଇଥିଲା । ନିଜ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନକାରୀ ସଂସ୍କାର ଆଣିବାକୁ ୫ଟି ଓ ମୋ ସରକାର ଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

2 × five =