ଗ୍ରିନିଜବୁକରେ ସ୍ଥାନ ପାଇବେ ଓଡିଶା ରାଜ୍ୟପାଳ

ଗାଁକୁ ଯିବାକୁ ରାଜ୍ୟପାଳଙ୍କ ଏୟାରକ୍ରଫ୍ଟ ଖର୍ଚ୍ଚ ୪୬ ଲକ୍ଷ୍ୟ ଟଙ୍କା

ରାଜ୍ୟ ସରକାର ମାଗିଲେ ୟୁଜର୍ସ ସାର୍ଟିଫକେଟ୍

ଭୁବନେଶ୍ୱର,(): ନିଜ ଗାଁକୁ ଯିବାକୁ ଏୟାରକ୍ରଫ୍ଟ ଓ ଚପର ବ୍ୟବହାରକୁ ନେଇ ସୃଷ୍ଟି ହୋଇଛି ବିବାଦ । ଗତ ଜୁନ ୧୦ ତାରିଖରେ ରାଜ୍ୟପାଳ ଗଣେଶି ଲାଲ ନିଜ ଗାଁ ହରିୟାଣାର ଶୀର୍ଷାକୁ ଯିବାପାଇଁ  ୪୬ ଲକ୍ଷ ୧୮ ହଜାର ଟଙ୍କା  ଖର୍ଚ୍ଚ କରିଛନ୍ତି । ଏନେଇ ଏବେ ସାଧାରଣ ପ୍ରସାଶନ ବିଭାଗ ଆପତ୍ତି ଉଠାଇଛି । ଜୁନ ୧୦ରେ ନିଜ ଗାଁକୁ ଯିବାପାଇଁ ରାଜଭବନ ପକ୍ଷରୁ ଜେଟ ଏୟାରକ୍ରଫ୍ଟ ଭଡାରେ ନେଇଥିଲେ । ୧୦ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଏବଂ ୧୩ ତାରିଖରେ ଦିଲ୍ଲୀରୁ ଭୁଅନେଶ୍ୱର ଫେଇଥିଲେ । ଏଥିପାଇଁ ଏମଏସ ପିନାକିଲ ଏୟାର ପ୍ରାଇଭେଟ ଲିମିଟେଡ଼ରୁ ଏୟାରକ୍ରଫ୍ଟ ଭଡାରେ ନେଇଥିଲେ । ଏବାବଦରେ ୪୧ଲକ୍ଷ ୧୮ ହଜାର ଟଙ୍କାର ବିଲ ଆସିଛି ।

ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ଏସମ୍ପର୍କୀତ ଏକ ଚିଠି ଲେଖି ରାଜ୍ୟପାଳ କେଉଁ ପରିସ୍ଥିତି ଓ କାରଣରେ ଗସ୍ତ କରିଥିଲେ ସେ ନେଇ ଜଣାଇବାକୁ କୁହାଯାଇଛି। ଚିଠିରେ ବିଲ୍ ସମ୍ପର୍କରେ ଦର୍ଶାଯାଇଛି ଯେ, ଗତ ଜୁନ ୧୦ରେ ରାଜ୍ୟପାଳ ସ୍ୱତନ୍ତ୍ର ଜେଟ୍ ସାହାଯ୍ୟରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲେ ଏବଂ ଜୁନ ୧୩ରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଥିଲେ। ଯାହାର ବିଲ୍ ହୋଇଛି ୪୧ ଲକ୍ଷ ୧୮ ହଜାର ୮୦୦ ଟଙ୍କା । ସେହିପରି ନୂଆଦିଲ୍ଲୀରୁ ହରିଆଣାର ସିରସାକୁ ଯିବା ଆସିବା ପାଇଁ ରାଜ୍ୟପାଳ ଶ୍ରୀ ଲାଲ ହେଲିକପ୍ଟର ବ୍ୟବହାର କରିଥିଲେ। ଯାହାର ଭଡା ବାବଦକୁ ବିଲ୍ ଆସିଛି ୫ ଲକ୍ଷ ଟଙ୍କା। ଏହାକୁ ନେଇ ସାଧାରଣ ପ୍ରସାଶନ ବିଭାଗ ଆପତ୍ତି ଉଠାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ଚିଠିଲେଖି ଏୟାରକ୍ରଫ୍ଟ ଭଡାରେ ନେବାର କାରଣ ଏବଂ ଏସମ୍ପର୍କରେ ପ୍ରାକ ସରକାରୀ ଅନୁମତି ଗ୍ରହଣ କରାଯାଇନଥିବା ଉଲ୍ଲେଖ କରିଛନ୍ତି ।

ଅପରପକ୍ଷରେ ରାଜ୍ୟପାଳଙ୍କ ଗସ୍ତର କାରଣ ତଲବ କରିବାକୁ ନେଇ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଣ ଏପରି କାରଣ ପଚରାଯାଏ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।  ସାଧାରଣ ପ୍ରଶାସନ ବିଭାଗ ଉଠାଇଥିବା ଆପତ୍ତି ଯୁକ୍ତିଯୁକ୍ତ ବୋଲି ସମ୍ବିଧାନ ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + ten =