ଓଏଏସରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର() ରାଜ୍ୟ ସରକାରଙ୍କ ବରିÂ ଓଏଏସ୍ ପଦବୀରେ ଆଜି ଏକ ବଡଧରଣର ଅଦଳ ବଦଳ କରିଛନ୍ତି । ପ୍ରାୟ ୪୮ଜଣ ଓଏଏସ୍ ଅଫିସରଙ୍କୁ ସରକାର ବଦଳି କରିଛନ୍ତି ।

ଭୁବନେଶ୍ୱର ଚକବନ୍ଦୀ କମିଶନର ଅଶୋକ କୁମାର ନାୟକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଶରତ ଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ୱର ଚକବନ୍ଦୀ କମିଶନର ଭାବେ ବଦଳି କରାଯାଇଛି । ଆୟୁଷ ନିଦେ୍ର୍ଧଶକ ଥିବା ଅଶ୍ୱିନୀ କୁମାର ମିଶ୍ର ଉଚ୍ଚଶିକ୍ଷା ବିଭାଗ ନିଦେ୍ର୍ଧଶକ ଭାବେ ବଦଳି ହୋଇଛନ୍ତି । ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଥିବା ଶ୍ରୀମତୀ ଭାରତୀ ହରିଚନ୍ଦନଙ୍କୁ ଓସଡମା ପରିବର୍ତ୍ତେ ଏସ୍ଏସ୍ଇପିଡିର ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି । ଭଦ୍ରକ ପିଡି ଡିଆରଡିଏ ମଧୁସୂଦନ ମିଶ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରିବର୍ତ୍ତେ ମାର୍କଫେଡର ମ୍ୟାନେଜିଂ ଡାଇରେକ୍ଟର ଭାବେ ଅବସ୍ଥାପିତ କରାଯାଇଛି ।

ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଥିବା ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଜଳସଂପଦ ବିଭାଗ ଯୁଗ୍ମ ସଚିବଥିବା ଅବନୀକାନ୍ତ ପଟ୍ଟନାୟକଙ୍କୁ ଭୁବନେଶ୍ୱର ମହାନଗର ନିଗମର ଯୁଗ୍ମ କମିଶନର ଭାବେ ବଦଳି କରାଯାଇଛି । ଓମ୍ସା ଓ ଆରଏମ୍ଏସ୍ଏର ଅତିରିକ୍ତ ପ୍ରୋଜେକ୍ଟ ଡାଇରେକ୍ଟର ଡ. ଚିତ୍ରସେନ ପଶାୟତଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ କରାଯାଇଛି । ଏମ୍କେସିଜି ମେଡିକାଲ କଲେଜର ପ୍ରଶାସନିକ ଅଫିସର ଥିବା ସୁଦାମ ଚରଣ ମଣ୍ଡଳଙ୍କୁ ଗଞ୍ଜାମରେ ପିଡି ଡୁଡା ଭାବେ ଅବସ୍ଥାପିତ କରାଯାଇଛି । ସମବାୟ ବିଭାଗ ଯୁଗ୍ମ ସଚିବ ବିମଳେନ୍ଦୁ ରାୟ ପୂର୍ତ୍ତବିଭାଗର ଯୁଗ୍ମ ସଚିବ ହୋଇଛନ୍ତି । ମାର୍କଫେଡର ମ୍ୟାନେଜିଂ ଡାଇରେକ୍ଟର ଥିବା ପ୍ରତାପ କୁମାର ମିଶ୍ର କୃଷି ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ।

ବିରୋଧୀ ଦଳନେତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ କରାଯାଇଛି । ବଣାଇ ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକଙ୍କୁ କୋରାପୁଟ ପିଡି ଡିଆରଡିଏ ଭାବେ ବଦଳି କରାଯାଇଛି । ଘରୋଇ ବିଭାଗ ଯୁଗ୍ମ ସଚିବ ଥିବା ରାମଚନ୍ଦ୍ର ଜେନା ବାଲେଶ୍ୱର ପିଡି ଡିଆରଡିଏ ହୋଇଛନ୍ତି । ଢେ଼ଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଭଦ୍ରକ ଡିଆରଡିଏର ପିଡି ହୋଇଛନ୍ତି । ହିନେ୍ଦାଳ ଉପଜିଲ୍ଲାପାଳ ଭବେଶ କୁମାର ନାୟକଙ୍କୁ ଢେଙ୍କାନାଳର ଏଡିଏମ୍ ଭାବେ ବଦଳି କରାଯାଇଛି । ଆଠମଲିକ ଉପଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାୟଙ୍କୁ ନୟାଗଡ ପିଡି ଡିଆରଡିଏ କରାଯାଇଛି । ନୟାଗଡ ପିଡି ଡିଆରଡିଏ ଥିବା ଅନାମ ଚରଣ ପାତ୍ରଙ୍କୁ ବରଗଡ ଏଡିଏମ୍ କରାଯାଇଛି । ନବରଙ୍ଗପୁର ଉପଜିଲ୍ଲାପାଳ କରୁଣାକର ରାଇକା ରାୟଗଡାର ଅତିରିକ୍ତ ପିଡି ଡିଆରଡିଏ କରାଯାଇଛି । ରାଉରକେଲା ତହସିଲଦାର ବିଶ୍ୱରଂଜନ ରଥ ବଲାଙ୍ଗୀର ଡିଆରଡିଏର ଏପିଡି ଭାବେ ବଦଳି ହୋଇଛନ୍ତି । ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଅବିନାଶ ରାଉତଙ୍କୁ ପୁରୀ ମୁ୍ୟନିସପାଲିଟି ବଦଳରେ କଟକ ମହାନଗର ନିଗମର ଡେପୁଟି କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି ।

ସେହିପରି ଛତ୍ରପୁରର ଅତିରିକ୍ତ ଉପ-ଜିଲ୍ଲାପାଳ ଥିବା ସଚିଦାନନ୍ଦ ନାୟକ ବ୍ରହ୍ମପୁର ମେଡିକାଲ କଲେଜର ପ୍ରଶାସନିକ ଅଫିସର ହୋଇଛନ୍ତି । ଗଞ୍ଜାମ ଦୁଦାର ପ୍ରୋଜେକ୍ଟ ଡାଇରେକ୍ଟର ଥିବା ସବ୍ୟସାଚୀ ହୋତା ଭୁବନେଶ୍ୱର ଉନ୍ନୟନ ସଂସ୍ଥାର ଆଲଟମେଣ୍ଟ ଅଫିସର ହୋଇଛନ୍ତି । ବାଲେଶ୍ୱର ମୁ୍ୟନିସପାଲିଟି ଏକଜିକୁ୍ୟଟିଭ ଅଫିସର ଥିବା ଚିତ୍ରସେନ ରାଉତ ପୂର୍ତ୍ତ ବିଭାଗର ଡେପୁଟି ସେକ୍ରେଟାରୀ ହୋଇଛନ୍ତି । ସର୍ଭେ ଓ ମ୍ୟାପ ବିଭାଗର ସହକାରୀ ନିଦେ୍ର୍ଧଶକ ଥିବା ଦିଲ୍ଲୀପ ମହାପାତ୍ର ଗଣଶିକ୍ଷା ବିଭାଗ ଅଧିନରେ ଥିବା ‘ମୋ ସ୍କୁଲ’ର ଓଏସ୍ଡି ଭାବେ ବଦଳି ହୋଇଛନ୍ତି । ମହାକାଳପଡା ତହସିଲଦାର ଥିବା ରମେଶ ଚନ୍ଦ୍ର ସେଠୀ ଓଡ଼ିଶା ଖଣିନିଗମର ସ୍ପେଶାଲ ଅଫିସର ଭାବେ ବଦଳି ହୋଇଛନ୍ତି । କଟକର ଅତିରିକ୍ତ ଉପଜିଲ୍ଲାପାଳ ଶୈଳେନ୍ଦ୍ର କୁମାର ଜେନା କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଡେପୁଟି ସେକ୍ରେଟାରୀ ହୋଇଛନ୍ତି । ଘଟଗାଁ ବିଡିଓ ଥିବା ତ୍ରିଲୋଚନ ମହାନ୍ତି ଖୋର୍ଦ୍ଧା ତହସିଲଦାର ହୋଇଛନ୍ତି । ସଞ୍ଜୟ କୁମାର ମିଶ୍ର ବଲାଙ୍ଗୀର ଉପଜିଲ୍ଲାପାଳ ହୋଇଛନ୍ତି । ଶ୍ରୀମତୀ ସୁମିତା ସିଂହ ପବ୍ଲିକ ଏଣ୍ଟ୍ରପ୍ରାଇଜ ବିଭାଗର ଡେପୁଟି ସେକ୍ରେଟାରୀ ହୋଇଛନ୍ତି ପିପିଲି ତହସିଲଦାର ଆଶିଷ କୁମାର ଜେନା (ରୋଟି)ର ଅତିରିକ୍ତ ନିଦେ୍ର୍ଧଶକ ହୋଇଛନ୍ତି । ହେମଗିରିର ବିଡିଓ ଥିବା ପ୍ରଦୀପ ଡାଙ୍ଗ ବଣାଇର ଉପଜିଲ୍ଲାପାଳ ହୋଇଛନ୍ତି । ଭଦ୍ରକ ଡିଆରଡିଏର ଏପିଡି ଥିବା ଶ୍ରୀମତୀ ମନୋରମା ଭୂୟାଁ ଭଦ୍ରକ ଉପଜିଲ୍ଲାପାଳ ହୋଇଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ପଣ୍ଡା ଭଦ୍ରକ ଡିଆରଡିଏର ଏପିଡି ହୋଇଛନ୍ତି । ବାହାନଗା ବିଡିଓ ରବିନାରାୟଣ ତ୍ରିପାଠୀ ଗଞ୍ଜାମ ଡିଆରଡିଏର ଏପିଡି ହୋଇଛନ୍ତି । ଭଦ୍ରକର ଅତିରିକ୍ତ ଉପଜିଲ୍ଲାପାଳ ଥିବା ହେମନ୍ତ କୁମାର ବେହେରା ପୁରୀ ମୁ୍ୟନିସପାଲିଟିର ଅତିରିକ୍ତ ଏକଜିକୁ୍ୟଟିଭ ଅଫିସର ହୋଇଛନ୍ତି । ଓସଡମାର ଡେପୁଟି ଜେନେରାଲ ମ୍ୟାନେଜର ଥିବା ଡଃ ରଜନୀକାନ୍ତ ବିଶ୍ୱାର ଆଠମଲିକର ଉପଜିଲ୍ଲାପାଳ ହୋଇଛନ୍ତି । ବରଗଡ ସବକଲେକ୍ଟର ଦେବେନ୍ଦ୍ର କୁମାର ନନ୍ଦ ସମ୍ବଲପୁର ମୁ୍ୟନିସପାଲ କର୍ପୋରେସନ୍ର ଡେପୁଟି କମିଶନର ହୋଇଛନ୍ତି । କେନ୍ଦୁଝର ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ବଲାଙ୍ଗୀରର ପାଟଣାଗଡ ଉପଜିଲ୍ଲାପାଳ ହୋଇଛନ୍ତି । ତାଙ୍କ ସ୍ଥାନରେ ରାମଚନ୍ଦ୍ର କିସ୍କୁ କେନ୍ଦୁଝର ଉପଜିଲ୍ଲାପାଳ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + 19 =