ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଦରକାର ନାହିଁ କୋଭିଡ ନେଗେଟିଭ ରିପୋର୍ଟ …

ପୁରୀ- ଭକ୍ତଙ୍କ ଅସନ୍ତୋଷ ପରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିରକୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୋଭିଡ ୧୯ ନେଗେଟିଭ ଟେଷ୍ଟ ରିପୋର୍ଟ ଦେଖାଇବା ଆଉ ବାଧ୍ୟତାମୂଳକ ହେବ ନାହିଁ । ଏ ନେଇ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୨୧ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆଉ କୋଭିଡ ନେଗେଟିଭ ରିପୋର୍ଟ ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଜାନୁଆରୀ ୨୧ ତାରିଖ ପରେ ଦୈନିକ ୩୦ ହଜାର ଭକ୍ତଙ୍କୁ କାଳିଆ ଦର୍ଶନ ସୁଯୋଗ ମିଳିବ ବୋଲି କ୍ରିଷନ କୁମାର କହିଛନ୍ତି । ଏହାଛଡା ମହାପ୍ରଭୁଙ୍କ ଦର୍ଶନ ଲାଗି ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ବିଶେଷ କରି ସାଧାରଣ ଭକ୍ତି କିଭଳି ସୁବିଧାରେ ଦର୍ଶନ ପାଇ ପାରିବେ ତାହା ଏହି ବୈଠକରେ ଫୋକସରେ ରହିବ । କୋଭିଡ଼ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼ କରିପାରୁନଥିବା ଭକ୍ତ ଯେଭଳି ସୁବିଧା ଦର୍ଶନ କରି ଫେରିବେ, ତାହା ଉପରେ ପୁଂଖାନୁପୁଂଖ ଆଲୋଚନା ହେବ ।

ଦୀର୍ଘ ୯ ମାସ ପରେ ଡ଼ିସେମ୍ବର ୨୩ ତାରିଖରୁ ଶ୍ରମନ୍ଦିର ଖୋଲିଛି । କରୋନା କଟକଣା ଭିତିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁା କୋଭିଡ଼ ରିପୋର୍ଟର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ଠିଆ କରିଛି । ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଟ ଅପେକ୍ଷା ବାହାରେ ପ୍ରବଳ ଭିଡ଼ ହେଉଛି ।

Share

Leave a Reply

Your email address will not be published. Required fields are marked *

eleven − two =