ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାର ପ୍ରସ୍ତାବ ନାହିଁ

ଭୁବନେଶ୍ବର () ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ବିଚାର କରିନାହାଁନ୍ତି । ଆଜି ବିଜେଡି ସାଂସଦ ରମେଶ ମାଝୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ଦେଇଛନ୍ତି ।

ଉତ୍ତର ପୂର୍ବାଞ୍ଚଳ ଓ ହିମାଳୟାନ ରାଜ୍ୟ ଭଳି ଓଡିଶା ପାଇଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର ସରକାର 90 ପ୍ରତିଶତ ଅର୍ଥ ଭାର ବହନ କରିବାର ମଧ୍ୟ ବ୍ୟବସ୍ଥା ନାହିଁ । ଚତୁର୍ଦଶ ଅର୍ଥ କମିଶନ ରାଜ୍ୟମାନଙ୍କୁ ଅର୍ଥର ଆବଣ୍ଟନ ନେଇ କରିଥିବା ସୁପାରିଶରେ ସ୍ବତନ୍ତ୍ର ରାଜ୍ୟ ଓ ସାଧାରଣ ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ସୃଷ୍ଟି କରିନାହାଁନ୍ତି ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ପୂର୍ବରୁ ବାରମ୍ବାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିଆସୁଥିବା ବେଳେ ଏବେ ସ୍ବତନ୍ତ୍ର ଫୋକସ ରାଜ୍ୟ ପାହ୍ୟା ଦାବି କରୁଛନ୍ତି । ଏଥିସହିତ ଉତ୍ତର-ପୂର୍ବାଞ୍ଚଳ ଓ ହିମାଳୟାନ ରାଜ୍ୟ ଢାଞ୍ଚାରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 90 ପ୍ରତିଶତ ଓ 10 ପ୍ରତିଶତ ବ୍ୟୟଭାର ଆବଣ୍ଟନ ଦାବି କରିଆସୁଥିଲେ । ଏହି ପରିପ୍ରେକ୍ଷିରେ ବିଜେଡି ସାଂସଦ ପ୍ରଶ୍ନ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ଉତ୍ତର ରାଜ୍ୟର ସ୍ବତନ୍ତ୍ର ରାଜ୍ୟ ଓ ସ୍ବତନ୍ତ୍ର ଫୋକସ ରାଜ୍ୟ ଦାବିକୁ ଶକ୍ତ ଧକ୍କା ଦେଇଛି ।

Share

Leave a Reply

Your email address will not be published. Required fields are marked *

seventeen − three =