Thursday, October 29, 2026
Latestଜାତୀୟ

ଆଶାରାମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ()  ପୁଣି ଥରେ ଖାରଜ ହେଲା ଆଶାରାମ ବାପୁଙ୍କ ଜାମିନ୍ ଆବେଦନ । ଗୁଜରାଟ ସୁରତର ଦୁଷ୍କର୍ମ ମାମଲାରେ ଆଶାରାମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଗୁଜରାଟ ସରକାର ନିଜ ପକ୍ଷ ରଖି ସୁପ୍ରିମକୋର୍ଟରେ କହିଥିଲେ ଆଶାରାମଙ୍କ ବିରୋଧରେ ଥିବା ଏହି ଦୁଷ୍କର୍ମ ମାମଲାରେ ଆହୁରି ୧୦ ଜଣଙ୍କ ବୟାନ ରେକର୍ଡ ହୋଇନାହିଁ। ଏହାପରେ ମାମଲା ଶୀଘ୍ର ଶେଷ କରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏବେ ଜେଲରେ ଆଜୀବନ ସଜା କାଟୁଛନ୍ତି ଆଶାରାମ ବାପୁ।

ଆଶାରାମଙ୍କ ନାଁରେ ହତ୍ୟା ଓ ଯୌନ ନିର୍ୟାତନା ଭଳି ମାମଲା ରହିଥିବାରୁ ସେ ଜେଲରେ ରହିଛନ୍ତି। ରାଜସ୍ଥାନ ଯୋଧପୁର ସ୍ଥିତ ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Share

Leave a Reply

Your email address will not be published. Required fields are marked *

5 × one =