ମିଳିଲା ନୟାଗଡ଼ର ନିଖୋଜ ଶିଶୁ ମୃତଦେହ

ନୟାଗଡ଼: ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅଧୀନସ୍ଥ ନୂଆଗାଁ ପଂଚାୟତ ଧୁନ୍ଦୁଗାଡିଆ ଗ୍ରାମର ୬ ବର୍ଷର ଶିଶୁ କନ୍ୟା ବେବି ନାୟକ ନିଖୋଜର ୫ ଦିନ ପରେ ପୁଲିସ ଗ୍ରାମ ପଛପାଖ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରିଥିବା ଜଣାପଡିଛି। ତେବେ ବେବିନାର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନ ଭିନ୍ନ ସ୍ଥାନରୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୨ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ଆସନ୍ତାକାଲି ସୂଚନା ରଖିବା ପାଇଁ କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟରିଆ। ତେବେ ଗତ ୧୨ ତାରିଖ ମଧ୍ୟାହ୍ନରୁ ଗାଁ ଦାଣ୍ଡରେ ଖେଳୁଥିବା ବେବି କ୍ଷଣିକ ସମୟ ମଧ୍ୟରେ ନିଖୋଜ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅଟକ ଥିବା ଦୁଇ ଜଣ ବ୍ୟକ୍ତି ବିଭିନ୍ନ ସମୟରେ ନାବାଳିକା ବେବିଙ୍କୁ ମୋବାଇଲ୍ରେ ଅଶାଳିନ ଭିଡିଓ ଦେଖାଉଥିଲେ।

Share

Leave a Reply

Your email address will not be published. Required fields are marked *

three × three =