Friday, October 30, 2026
Latestରାଜ୍ୟ

ସ୍କୁଲ ଭ୍ୟାନରେ ଲାଗିଲା ନିଆଁ, ବର୍ତ୍ତିଗଲେ ଛାତ୍ରଛାତ୍ରୀ

ବିନିକା କଲେଜ ଛକରେ ସ୍କୁଲ ଗାଡ଼ିରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରି ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର କରିଥିଲେ।

ଆଜି ସକାଳେ ଉଲୁଣ୍ଡା ପଟରୁ ମହାନଦୀ ପୋଲ ପାର ହୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବିନିକାର ଏକ ଘରୋଇ ସ୍କୁଲକୁ ଯାଉଥିବା ମାରୁତି ଭ୍ୟାନ୍ (ଓଆର ୧୫ ଏଲ ୮୮୬୮)ରେ ନିଆଁ ଲାଗିଥିଲା। ତେବେ ଏଥିରୁ ଅଳ୍ପକେ ୧୨ ଛାତ୍ରଛାତ୍ରୀ ବର୍ତ୍ତିଯାଇଥିଲେ।

ଗାଡ଼ି ଡ୍ରାଇଭର ଛାଡ଼ି ଫେରାର ମାରିଥିବା ଜଣାପଡ଼ିଛି। ଏନେଇ ସୋନପୁର ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତୁରନ୍ତ କର୍ମଚାରୀ ପଠାଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।

Share

Leave a Reply

Your email address will not be published. Required fields are marked *

16 − thirteen =