ଭୁବନେଶ୍ୱରରେ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରତିରୋଧକ କେନ୍ଦ୍ର

ଭୁବନେଶ୍ୱର () ଓଡିଶାରେ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରତିରୋଧକ ତଥା ପୁନର୍ଗଠନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘର ପ୍ରତିନିଧି ଦଳକୁ ଅନୁରୋଧ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ସଚିବାଳୟରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅ୍ର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ୱରେ ଆସିଥିବା ବିଶ୍ୱ ବ୍ୟାଙ୍କ, ଜାତିସଂଘ, ଏସିଆନ ଡେଭଲମେଣ୍ଟ ବ୍ୟାଙ୍କ ଓ ଅନ୍ୟ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଛନ୍ତି ।

ଏହିସବୁ ଆନ୍ତର୍ଜାତିକ ସଂସ୍ଥା ବିଶ୍ୱସ୍ତରୀୟ ସର୍ବସାଧାରଣ ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହିଦୃଷ୍ଟିରୁ ଜାତିସଂଘ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରରେ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରତିରୋଧକ ତଥା ପୁନର୍ଗଠନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଏହି ପ୍ରତିନିଧି ଦଳଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ବିପର୍ଯ୍ୟୟ ମୁକାବିଲାରେ ଓଡିଶା ବିଶ୍ୱସ୍ତରରେ ଯେଉଁ ମାନ ଓ ଅଭିଜ୍ଞତା ହାସଲ କରିଛି ତାହାକୁ ଅନ୍ୟମାନେ ଗ୍ରହଣ କରିପାରିବେ । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଜାତିସଂଘର ପ୍ରତିନିଧ ଦଳକୁ ନବୀନ ଆଶ୍ୱାସନା ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧକ ବିଦ୍ୟୁତ ଭିତ୍ତିଭୂମୀର ଏବଂ ଟେଲି ଯୋଗାଯୋଗ ଭିତ୍ତିଭୂମୀ ନିର୍ମାଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ ଲୋକଙ୍କ ଜୀବନଜୀବିକାର ପୁନରୁଦ୍ଧାର ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । ଏହି ଅବସରରେ ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ ବାତ୍ୟା ପୂର୍ବରୁ ରାଜ୍ୟ ସରକାରଙ୍କ ସମାନୁବର୍ତ୍ତି ସ୍ଥାନାନ୍ତରଣ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ବଞ୍ଚିଯାଇଛି । ସେମାନେ ରାଜ୍ୟ ସରକାରଙ୍କ ରିଲିଫ ଓ ପୁନର୍ଗଠନ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିବା ସହ ଆଗାମୀ ଦିନରେ ସବୁ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 + 5 =