ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଏବଂ ଗୌରବ ଥିଲେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଦରଦୀବନ୍ଧୁ ଥିଲେ ଗୋପବନ୍ଧୁ । ଗରୀବ ଅସହାୟଙ୍କୁ ସହଯୋଗ କରିବା ସହ ସ୍ୱାଧିନତା ସଂଗ୍ରାମୀଥିଲେ ସେ । ତାଙ୍କର ବଳିଦାନ ସବୁଦିନ ଲାଗି ଚିରସ୍ମରଣୀୟ । ତେବେ ଆଜି ହେଉଛି ଏହି ମହାପୁରୁଷଙ୍କ ଜୟନ୍ତୀ । ଏହି ମହାପୁରୁଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟରରେ ଲେଖିଛନ୍ତି କି, ମହାନ ଦେଶଭକ୍ତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସେ ଥିଲେ ତ୍ୟାଗ, ସେବା ଓ ସଂଗ୍ରାମର ପ୍ରତୀକ। ଏକ ଶିକ୍ଷିତ ସମାଜ ଗଠନ ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ଜାତୀୟ ଚେତନାର ବିକାଶରେ ତାଙ୍କର ଅବଦାନ ତାଙ୍କୁ ସର୍ବଦା ସ୍ମରଣୀୟ କରିରଖିବ।

Share

Leave a Reply

Your email address will not be published. Required fields are marked *

12 + 18 =