ସଶକ୍ତ ଓ ସମନ୍ୱିତ ଓଡିଶା ଗଠନ ଲକ୍ଷ୍ୟ

କେନ୍ଦ୍ରକୁ ଦେବୁ ଗଠନମୂଳକ ସହଯୋଗ

ଭୁବନେଶ୍ୱର () ଏକ ସଶକ୍ତ ଓ ସମନ୍ୱିତ ଓଡିଶା ଗଠନ ପାଇଁ ବିଜେଡିକୁ ପଞ୍ଚମ ଥର ପାଇଁ ଓଡିଶାବାସୀ ଜନଦେଶ ଦେଇଥିବା ବେଳେ ଏହି ପାଳିରେ ରାଜ୍ୟ ସରକାର କେନ୍ଦ୍ର ପ୍ରତି ଭିନ୍ନ ଏକ ଆଭିମୁଖ୍ୟ ନେଇଛି । ରାଜ୍ୟର ବିକାଶ ପାଇଁ କେନ୍ଦ୍ରକୁ ଗଠନମୂଳକ ସହଯୋଗ ଦିଆଯିବ । ଏଥିସହିତ ଏକ ବିକଶିତ ଓଡିଶା ଗଠନର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାକୁ ପୂରଣ କରିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟର ସୂଚନା ଦେଇ ଏହା କହିଛନ୍ତି

ଗଣତନ୍ତ୍ରରେ ଲୋକଙ୍କ ଆଶା ହିଁ ମହତ୍ୱପୂର୍ଣ୍ଣ । ଆଉ ଥରେ ରାଜ୍ୟର ସରକାର ଗଠନ ପାଇଁ ରାଜ୍ୟବାସୀ ଦେଇଥିବା ଜନାଦେଶକୁ ସମ୍ମାନ ଜଣାଇବା ସହ ନିର୍ବାଚନ ଫଳାଫଳରେ ଜନମତ ପ୍ରତିଫଳିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ଏକ ସ୍ୱଚ୍ଛ ଓ ନାଗରିକ କୈନ୍ଦ୍ରିକ ପ୍ରଶାସନ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୧୯ ବର୍ଷ ଧରି ବିଜେଡି ନିଜ ପ୍ରତିଶ୍ରୁତି ରକ୍ଷା କରିଚାଲିଛି ଏବଂ ଆମ ସଫଳତା ପାଇଁ ଆମେ ଗର୍ବିତ ବୋଲି ସେ କହିଥିଲେ  ।

ରାଜ୍ୟ ସରକାର ସମାଜର ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ବିକାଶକୁ ପ୍ରାଥମିକତା ଦେଉଥିବା ବେଳେ ବିଜେଡି ନିଜ ପ୍ରତିଶ୍ରୁତି ପାଳନରେ କେତେ ନିଶ୍ଚିତ ତାହା ପ୍ରମାଣିତ କରିବାକୁ ସରକାର ଗଠନର ପ୍ରଥମ ଦିନରେ ହିଁ ଇସ୍ତାହାରକୁ ସରକାରଙ୍କ ଏଜେଣ୍ଡା ଭାବେ ଗ୍ରହଣ କରାଯାଇଛି । କୃଷି ଆମ ରାଜ୍ୟର ଅର୍ଥନୈତିକ ବିକାଶର ମେରୁଦଣ୍ଡ । ତେଣୁ କାଳିଆ ଯୋଜନା ଏକ ନିୟମିତ ଯୋଜନା ଭଳି କାର୍ଯ୍ୟ କରିବ । ରାଜ୍ୟ ସରକାର ଚାଷୀଙ୍କ ବିକାଶ ସହ ଜଳସେଚନର ବିକାଶ ପାଇଁ ବି ଉଦ୍ୟମରତ ।

ଏଥିସହିତ ମହିଳାଙ୍କ ବିକାଶ ଉତ୍ତରଦାୟିତ୍ବ ପ୍ରଶାସନର ମହତ୍ୱପୂର୍ଣ୍ଣ ଆବଶ୍ୟକତା । ତେଣୁ ମହିଳା ବିକାଶ ପାଇଁ ବିଜେଡି ଆରମ୍ଭ କରିଥିବା ଅଭିଯାନକୁ ପରବର୍ତ୍ତି ସ୍ତରକୁ ନେବାକୁ ଚେଷ୍ଟା କରିବ । ସବୁ କ୍ଷେତ୍ରରେ ମହିଳାଙ୍କ ପାଇଁ ସରଂକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ଦୃଢତାର ସହ କାର୍ଯ୍ୟ କରିବ । ରାଜ୍ୟର ବିଭିନ୍ନ ଅଗ୍ରାଧିକାର ମଧ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଅନ୍ୟତମ ।ରାଜ୍ୟର ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରୀ ହେବ । ଏଥିସହିତ ରାଜ୍ୟରେ ଛାତ୍ରବୃତ୍ତି ପରିଷଦ ଗଠନ କରାଯାଇ ମେରିଟୋରିଅସ ଛାତ୍ରଛାତ୍ରୀ ଓ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

ସବୁ କଚ୍ଚା ଘରକୁ ପକ୍କା କରିବା ଏବଂ ଯୁବକଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ଅନ୍ୟତମ ଏଜେଣ୍ଡା । ଛଅଟି ଫୋକସ କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏକ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ରରେ ଦେଢ ଲକ୍ଷ ଦକ୍ଷ ପ୍ରଫେସନାଲ ସୃଷ୍ଟି କରାଯିବ । ସେହିଭଳି ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରିଡା ସୁବିଧା ସୃଷ୍ଟି ସହ ଏହାକୁ ଅନ୍ୟତମ କ୍ରିଡା ଡେଷ୍ଟିନେସ ଭାବେ ଗଢାଯିବ ବୋଲି ସେ କହିଥିଲେ ।

ନିକଟରେ ପୁରୀ, ଖୋର୍ଦ୍ଧା ଓ ଅନ୍ୟାନ ଜିଲ୍ଲାରେ ଅତି ଭୟଙ୍କର ବାତ୍ୟା ଫନୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ବିପର୍ଯ୍ୟୟରେ ରାଜ୍ୟ ସରକାର ପରିଚାଳନା ଓ ରିଲିଫକୁ ଜାତୀୟ ଓ ଆନ୍ତର୍ରାଜିକ ସ୍ତରରେ ପ୍ରଶଂସା କରାଯାଇଛି । ଏଭଳି ଏକ କଠିନ ସମୟରେ ରାଜ୍ୟବାସୀ ଦେଖାଇଥିବା ସାହାସିକତା ଓ ସହନଶିଳତା ପାଇଁ ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

six − 1 =