ବଢ଼ିଲା ଲକଡାଉନ ଅବଧି, ମହାପ୍ରଭୁଙ୍କା ଆଶୀର୍ବାଦରୁ ଏ ସ୍ଥିତିରୁ ମୁକୁଳିବା

 ଭୁବନେଶ୍ବର()  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ରାଜ୍ୟବାସୀଙ୍କ ତ୍ୟାଗ ଦ୍ୱାରା ହିଁ କରୋନା ଭଳି କଠିନ ପରିସ୍ଥିତିରୁ ଓଡିଶା ମୁକୁଳିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଶାବ୍ୟକ୍ତ କରିବା ସହ ଲକଡାଉନର ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟରେ ଏନେଇ ସହମତି ପ୍ରକାଶ ପାଇଛି । ଏଥିସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଲକଡାଉନ ଅବଧି ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ର ସରକରଙ୍କୁ ସୁପାରିଶ କରାଯାଇଛି । ତେବେ ଏହି ସମୟ ମଧ୍ୟରେ କୃଷି କାର୍ଯ୍ୟ ଓ ଏମଜିଏନଆରଇଜିଏ କାର୍ଯ୍ୟକ୍ରମ ଜାରି ରହିବ ।

ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆମ ସମସ୍ତଙ୍କ ତ୍ୟାଗ ଦ୍ୱାରା ଆମେ କରୋନା କବଳରୁ ମୁକୁଳିବ ଏପ୍ରିଲ ୩୦ ତାରିଖ ଯାଏଁ ଲକଡାଉନ ଅବଧି ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ଅର୍ଥନୀତି ଓ ମିଣିଷ ଜୀବନ ମଧ୍ୟରେ ମଣିଷ ଜୀବନକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।

 

କରୋନା ମୁକାବିଲାରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୁଦ୍ଧରେ ବିଜୟ ପାଇଁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ରାଜ୍ୟବାସୀଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡୁଥିଲେ ବି ଏହା ହିଁ ଏକମାତ୍ର ବାଟ । ମାର୍ଚ୍ଚ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ପିଜିଟିଭ କେସ ଆସିଲା । ଏଭିତରେ ସଂକ୍ରମିତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । କରୋନା ମୁକାବିଲାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ଛୁଇଁଲାଣି । ୯/୧୧ ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳୀ ଦେଇଥିଲେ ତାଠାରୁ ଅଧିକ ଲୋକ କରୋନାରେ ଶିକାର ହୋଇଛନ୍ତି । ତଥାପି ଆମେରିକା ସମ୍ପୁର୍ଣ୍ଣ ଭାବେ ଲକଡାଉନ କରିନାହିଁ । ଏହି କଠିନ ପରିସ୍ଥିତିରେ ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ଆମକୁ ନିଷ୍ପତ୍ତି ନେବାକୁ ହେବ । ଏହି କଠିନ ପରିସ୍ଥିରେ ମଣିଷ ଜୀବନକୁ ଅଧିକ ଗୁରୁତ୍ୱ ଦେଇ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନର ଅବଧି ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । କେନ୍ଦ୍ରକୁ ମଧ୍ୟ ଏହି ସୁପାରିଶ କରାଯାଇଛି । ସେ ପର୍ଯ୍ୟନ୍ତ ବିମାନ ଓ ରେଳ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

ଲକଡାଉନ ସମୟରେ କୃଷି କାର୍ଯ୍ୟ ଜାରି ରହିବ । ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏମଜିଏନଆରଇଜିଏ କାର୍ଯ୍ୟକ୍ରମ ଜାରି ରହିବ । କିନ୍ତୁ ଏସବୁ କାମରେ ସାମାଜିକ ଦୂରତ୍ୱ କଡାକଡି ଭାବେ ପାଳନ କରାଯିବ । ଲୋକଙ୍କ ଖାଦ୍ୟ ନିରାପତ୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଲକଡାଉନ ସମୟରେ ଯେପରି ମାଲ ପରିବହନରେ ବାଧା ସୃଷ୍ଟି ନହୁଏ ସେଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକେ୍ଷପ ନେଇଛନ୍ତି । ରାଜ୍ୟ ବାହାରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିଙ୍କ ଯତ୍ନ ନବେ ପାଇଁ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଓଡିଶାରେ ରହିଯାଇଥିବା ଅନ୍ୟ ରାଜ୍ୟକର ଶ୍ରମିକବନ୍ଧୁଙ୍କ ଯତ୍ନ ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ରାଜ୍ୟର ସବୁ ସ୍କୁଲ କଲେଜ ଆସନ୍ତା ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ଖୁବଶୀଘ୍ର ୧ ଲକ୍ଷ ରାପିଡ ଟେଷ୍ଟିଙ୍ଗ ସୁବିଧା ଉପଲବ୍ଧ ହେବ । ଯେଉଁ ଡାକ୍ତରମାନେ ସରକାରଙ୍କ ଅନୁରୋଧ ରକ୍ଷା କରି ଟେଲିମେଡିସିନ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ ଶତ୍ରୁ । ଜୀବନଯାତ୍ରା ଆଉ ଆଗଭଳି ରହିବ ନାହିଁ। ତେଣୁ ଏହାର ମୁକାବିଲା ସାହସର ସହ କରିବା ଆବଶ୍ୟକ । ମହାପ୍ରଭୁଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ତ୍ୟାଗ ହିଁ ଏହି କଠିନ ସ୍ଥିତିରୁ ଆମକୁ ଶୀଘ୍ର ମୁକାଳାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − six =