ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ଗଠନ ହେଲା ପଦୋନ୍ନତି ଅଦାଲତ

ଭୁବନେଶ୍ୱର() ଏଣିକି ଦକ୍ଷ ଅଫିସରଙ୍କୁ ମିଳିବ ଠିକ୍ ସମୟରେ ପଦୋନ୍ନତି । ଯେଉଁ କର୍ମଚାରୀ ମାନେ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନାହାନ୍ତି ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦୋନ୍ନତି ଅଦାଲତ ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ପ୍ରତିବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରେ ପଦୋନ୍ନତି ଅଦାଲତର ବୈଠକ ବସିବ । ବିଭିନ୍ନ କାରଣରୁ ପଦୋନ୍ନତି ପାଇନଥିବା କର୍ମଚାରୀ ମାନଙ୍କ ସମସ୍ୟାର ସମାଧାନ ଏହି ଅଦାଲତ ଜରିଆରେ କରାଯିବ ।

ଚଳିତ ନୂଆବର୍ଷରେ ୩୧୬୬ ଜଣ ସରକାରୀ ଅଫିସରଙ୍କୁ ପଦୋନ୍ନତି ଦେଇ ନୂଆ ରେକର୍ଡ ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ କର୍ମଚାରୀ ହଇରାଣ ହରକତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ନଚେତ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

four × 5 =