Friday, October 30, 2026
Latestରାଜନୀତିରାଜ୍ୟ

ଦରକାର ପଡ଼ିଲେ କଳା କୋଟ ପିନ୍ଧିବି: ନରସିଂହ ମିଶ୍ର

ବଲାଙ୍ଗୀର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି କି ଦରକାର ପଡ଼ିଲେ ପୁଣିଥରେ କଳା କୋଟ ପିନ୍ଧିବ । ଆଜି ଝରଣୀ ଗାଁକୁ ଯାଇ ମମିତାଙ୍କୁ ଭେଟିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ମମିତାଙ୍କ ମାଆ ମୋତେ ଲଢିବା ପାଇଁ କହିଛନ୍ତି । ଆଗରୁ ମୁଁ ଘୋଷଣା କରିଥିଲି ଯେ ଯଦି ଅନୁରୋଧ ଆସେ ତା’ହେଲେ ପୁନର୍ବାର କଳାକୋଟ ପିନ୍ଧିବି ଏବଂ ନ୍ୟାୟ ପାଇଁ ଲଢ଼ିବି।

ସେ ଆହୁରି ମଧ୍ୟ କହିଛନ୍ତି ଆଜି ଦ୍ୱିତୀୟ ଥର ପାଇଁ ପୀଡ଼ିତାଙ୍କ ପରିବାର ବର୍ଗ ସହିତ ଆମେ ସମସ୍ତେ ଆଲୋଚନା କଲୁ। ଆଜି ବି କହିଛି ଓ ସେତେବେଳେ ବି କହିଥିଲି ଯେ ନ୍ୟାୟ ପାଇବା ପାଇଁ ସେମାନଙ୍କୁ ଯାହା ସାହାଯ୍ୟ ସହଯୋଗ ଆବଶ୍ୟକ ତାହା କରାଯିବ। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏଫ୍‌ଆଇଆର୍‌କୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରାଯାଇଛି। ମୁଁ ଏଫ୍ଆଇଆର ପଢ଼ିଛି। ମୁଁ ଭାବୁ ନାହିଁ ପୀଡ଼ିତାଙ୍କ ପରିବାର ସ୍ୱଇଚ୍ଛାରେ ସେହି ଏଫଆଇଆର୍ ଲେଖିଥିବ।


Share

Leave a Reply

Your email address will not be published. Required fields are marked *

two × four =