Thursday, October 29, 2026
Latestମନୋରଞ୍ଜନ

ମଣିଷମାନେ କାହିଁକି ହୁଅନ୍ତି ବାଉଁଆ ବା ଲେପ୍ଟି , ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର() ଆପଣ ଦେଖିଥିବେ ଅନେକ ଲୋକେ ନିଜ କାର୍ଯ୍ୟ ବାଆଁ ବା ଲେଫ୍ଟ ହାତ ବ୍ୟବହାର କରିଥାନ୍ତି । ତେବେ ଅଧିକାଂଶ ଲେପ୍ଟି ଭାଗ୍ୟବାନ ହୋଇଥାଆନ୍ତି ବୋଲି ମଧ୍ୟ କୁହାଯାଏ। ହେଲେ କେବେ ଭାବିଛନ୍ତି ଏମାନେ କାହିଁକି ବାଆଁ ବା ଲେଫ୍ଟ ହାତ ବ୍ୟବହାର କରନ୍ତିା ତେବେ ଆସନ୍ତୁ ଜାଣିବା ଏହାର କାରଣ …


ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ମାନବ ଶରୀରରେ ଥିବା ଜିନ ଓ ଡିଏନ୍ଏ ଯୋଗୁ ପିଲାମାନେ ଲେପ୍ଟି ହୋଇଥାଆନ୍ତି। ମାତୃଗର୍ଭରେ ଥିବା ସମୟରେ ଯେତେବେଳେ ପିଲାଟି ୬ ମାସର ହୋଇଯାଏ ସେତେବେଳେ ସେ ବାମ ହାତ ଓ ଡାହାଣ ହାତର ବ୍ୟବହାର ଆରମ୍ଭ କରି ଦେଇଥାଏ। ଯଦି ସେ ବାମ ହାତର ବ୍ୟବହାର ଅଧିକ କରିଥାଏ ତେବେ ଭୂମିଷ୍ଠ ହେବା ପରେ ସେହି ଅନୁଯାୟୀ ଶିଶୁଟି ବାମ ହାତର ବ୍ୟବହାର କରିଥାଏ। ଆହୁରି ମଧ୍ୟ ଏହା ଜେନେଟିକ୍ ବୋଲି କୁହାଯାଏ। ଯଦି ମାତା ବା ପିତା ବାମହାତି ବା ଲେପ୍ଟି ହୋଇଥାଆନ୍ତି ତେବେ ପିଲାମାନେ ଲେପ୍ଟି ହେବାର ଆଶଙ୍କା ଅଧିକ ଥାଏ।

Share

Leave a Reply

Your email address will not be published. Required fields are marked *

ten + 20 =