ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଅନ୍ତର୍ଗତ ବଛିପୁର ଗାଁରେ ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ୪୦ ବର୍ଷୀୟ ଗଣେଶ ଶତପଥୀ।

ଗଣେଶ ଓ ତାଙ୍କ ଝିଅ ଗତକାଲି ରାତିରେ ଘରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ଘର ଭିତରେ ପଶି କେହି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ତାଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଘରର କବାଟ ବାହାର ପଟୁ ବନ୍ଦ କରି ଫେରାର ହୋଇଯାଇଥିଲେ।
କିଛି ଦିନ ତଳେ ଗଣେଶଙ୍କ ସ୍ତ୍ରୀ ପୁଟ୍ଟପର୍ତି ସ୍ଥିତ ପ୍ରଶାନ୍ତି ନିଳୟମ ଯାଇଥିଲେ। ଆଜି ଭୋର ପ୍ରାୟ ୪ଟା ବେଳେ ସେ ଘରକୁ ଫେରିଥିଲେ। ଘରର କବାଟ ବାହାର ପଟୁ ଦିଆଯାଇଥିବା ସେ ଦେଖିଥିଲେ। ତେଣୁ ତାଙ୍କର ସନ୍ଦେହ ହୋଇଥିଲା। ସେ କବାଟ ଖୋଲି ଘର ଭିତରକୁ ଯାଇଥିଲେ। ଘର ଭିତରେ ଗଣେଶଙ୍କୁ ହତ୍ୟା କରାଯାଇଥିବା ଦେଖିଥିଲେ।

ଗଣେଶଙ୍କ ଝିଅ ନୀଳିମାରାଣୀ କହିଛନ୍ତି,“ମୁଁ କିଛି ଜାଣିନି। ମା’ ଡାକିବାରୁ ମୁଁ ଉଠିଲି। ବାପାଙ୍କର ସେମିତି କେହି ଶତ୍ରୁ ଥିବା ମୁଁ ଜାଣିନି।”

ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।

Share

Leave a Reply

Your email address will not be published. Required fields are marked *

twelve − 5 =