ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ

ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଯୁବକକୁ କଟୁରୀରେ ହାଣୀ ହତ୍ୟା କରିି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ ।
ସୁଚନା ମୁତାବକ ଆଜି ସକାଳେ ଅଭିଯୁକ୍ତ ଠାକୁର ମାର୍ଣ୍ଡି ମୋରଡ଼ା ଥାନାରେ ପହଂଚି ଗତକାଲି ରାତିରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ବିଲ ମଝିରେ ପକେଇଦେବା କଥା କହିଥିଲା । ପୋଲିସ ଏ କଥା ଶୁଣି ହଠାତ୍ ଆଶ୍ଚର୍ୟ୍ୟ ହୋଇଯାଇଥିଲା । ଅଭିଯୁକ୍ତକୁ ଅଟକ ରଖି ଘଟଣାସ୍ଥଳରେ ପହଂଚି ଜଣେ ଅଚିହ୍ଣା ଯୁବକର ମୃତଦେହ ଉଦ୍ଦାର କରିବା ସହ ତଦନ୍ତ ଜାରି ରଖିଛି ।ତେବେ ହତ୍ୟାକାଣ୍ଡର କାରଣ ଅଭିଯୁକ୍ତ ଠାକୁର ପୋଲିସ୍ ପାଖରେ ପ୍ରକାଶ କରିନଥିଲେ ସୁଦ୍ଧା ପ୍ରାଥ୍ୟମିକ ତଦନ୍ତରୁ ଏହା ଏକ ପରକ୍ରିୟା ପ୍ରୀତିର ପରିଣତି ବୋଲି ପୁଲିସ ସନ୍ଦେହ କରିଛି । ଘଟଣାସ୍ଥଳରୁ ଏକ କଟୁରୀ ଜବତ କରିବା ସହ ମୃତ ଯୁବକର ସ୍କୁଟିକୁ ମଧ୍ୟ ଜବଦ କରିଛି ମୋରଡା ପୁଲିସ । ମୃତକଙ୍କର ସଠିକ୍ ପରିଚୟ ମିଳିପାରିନଥିବା ବେଳେ ଗାଡିର ନମ୍ବର ଆଧାରରେ ପରିଚୟ ପାଇବାକୁ ପୁଲିସ ତଦନ୍ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

five + two =