ମୋ ସରକାରକୁ ଏକ୍ସିଲେନ୍ସ ପୁରସ୍କାର

ଭୁବନେଶ୍ବର () ରାଜ୍ୟ ସରକାରଙ୍କ ଡିଜିଟାଲାଇଜେସନ ପ୍ରକ୍ରିୟାକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ଶନିବାର ଆଉ ଏକ ଜାତୀୟ ପୁରସ୍କାର ପାଇଛନ୍ତି ସରକାର । ମୋ ସରକାରକୁ  ମିଳିଲା ଏକ୍ସଲେନ୍ସ ଆଓ୍ୱାର୍ଡ  । ଟେକ୍ନୋଲୋଜି ଜରିଆରେ ପ୍ରଶାସନିକ ସଂସ୍କାରକୁ ସ୍ୱୀକୃତି ମିଳିଛି । ମୋ ସରକାର ପଦକ୍ଷେପ ସର୍ବଶ୍ରେଷ୍ଠ ବିବେଚିତ ହୋଇ ଜିତିଛି ଆଓ୍ୱାର୍ଡ  । ଇଲେଟ୍ସ ଅନ୍‌ଲାଇନ୍‌ର ଜ୍ଞାନ ବିନିମୟ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି  । ଲୋକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୋ ସରକାର । ଯେଉଁଠାରେ ଲୋକେ କୌଣସି ସରକାରୀ ସେବା ପଇବାକୁ ବାର ଦୁଆର ହେବକୁ ପଡିବନି । ସବୁ ସେବା ଅନଲାଇନରେ ଉପଲବ୍ଧ ହେବ । ପଂଚମ ପାଳିରେ ନବୀନ ସରକାର ୫ଟିକୁ ଗୁରୁତ୍ବ ଦେଇଥିଲେ । ଟ୍ରାନ୍‌ସପାରେନ୍‌ସି, ଟେକ୍ନୋଲୋଜି, ଟିମ୍ ୱାର୍କରେ ଏକ ନିର୍ଦ୍ଧିଷ୍ଟ ସମୟରେ ଟ୍ରାନ୍‌ସଫର୍ମେସନର ନାରା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସେବାକୁ ସୁଗମ ଓ ସ୍ୱଚ୍ଛ କରିବାକୁ ଆରମ୍ଭ ହୋଇଛି ମୋ ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୭୦ ପ୍ରତିଶତ ସେବା ଅନଲାଇନରେ ଉପଲବ୍ଧ ହେଉଛି । କୃଷିରୁ ଆରମ୍ଭ କରି ଗୃହ ଓ ନଗର ଉନ୍ନୟନ, ସ୍ବାସ୍ଥ୍ୟ, ପାନୀୟ ଜଳ, ଶିଳ୍ପ, ଶିକ୍ଷା, ପଂଚାୟତିରାଜ, ଶକ୍ତି, ଖଣି, ଏମଏସଏମଇ, ମହିଳା ଓ ଶିଶୁ ବିକାଶ, ଗୃହ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଅଧିକାଂଶ ସେବା ମୋ ସରକାରରେ ସାମିଲ ହୋଇଛି । ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟର ସବୁ ସେବା ମୋ ସରକାରରେ ସାମିଲ ହେବ । ଏହାଦ୍ବାରା ପ୍ରଶାସନିକ କ୍ଷେତ୍ରରେ ସ୍ବଚ୍ଛତା ସହ ଦକ୍ଷତା ବୃଦ୍ଧି ହେବ ।

Share

Leave a Reply

Your email address will not be published. Required fields are marked *

20 − 13 =