ନବୀନଙ୍କ ନାଁ ନେଇ ଖସିଯାଉଛନ୍ତି ମନ୍ତ୍ରୀ

ଭୁବନେଶ୍ୱର() ରାଜ୍ୟରେ ପିଇବାକୁ ପାଣି ମିଳୁନାହିଁ । ପାଣି ପାଇପ ଫାଟି ପାଣି ବୋହି ଯାଉଛି । ହେଲେ ନଗର ଉନ୍ନୟନ ବିଭାଗ ତାର ମରାମତି କରୁନାହିଁ । ବିଭାଗରେ କିଛି କାମ ହେଉନଥିବା ବେଳେ ମନ୍ତ୍ରୀ ଓ ଅଫିସର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଲେକଙ୍କ ରୋଷରୁ ଖସିଯାଉଛନ୍ତି । ଏଭଳି ଅଭିଯୋଗ ଆଣି ନଗର ଉନ୍ନୟନ ଓ ପଂଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ।

ଆଜି ବିଧାନସଭାରେ ପାନୀୟ ଜଳ ଯୋଗାଣ ସମ୍ପର୍କରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରୀ ମହାରଥୀ ଏଭଳି କଟାକ୍ଷ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × two =