୫-ଟିରେ ଅଗ୍ନିଶମ ବିଭାଗ

ଭୁବନେଶ୍ୱର() ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ ୫-ଟି ଅଧିନକୁ ଅଣାଯାଇଛି । ଆସନ୍ତା ଜାନୁଆରୀରୁ ଏହା କାର୍ଯ୍ୟକାରୀ ହେବ । ଫଳରେ ଅଗ୍ନିନିରାପତ୍ତା ପ୍ରମାଣପତ୍ର ପାଇଁ ଆଉ ଅଗ୍ନିଶମ ବିଭାଗର ନିଦେ୍ର୍ଧଶାଳୟକୁ ଦୌଡିବାକୁ ପଡିବ ନାହିଁ । ଏଣିକି ଫିଲ୍ଡ ଅଫିସର ମାନେ ଅଗ୍ନି ନିରାପତା ପ୍ରମାଣ ପ୍ରତ୍ର ଦେବାକୁ କ୍ଷମତା ପ୍ରଦାନ କରାଯାଇଛି । ଆସନ୍ତା ବର୍ଷ ଏପି୍ରଲ ମାସରୁ ପ୍ରମାଣ ପତ୍ର ପାଇବାକୁ ଅନଲାଇନରେ ଆବେଦନ କରିବାକୁ ପଡିବ । ପୂର୍ବରୁ ଥାନା,ଡାକ୍ତରଖାନା ଏହି ଦୁଇ ବିଭାଗକୁ ୫-ଟିର ଅନ୍ତର୍ଭୁକ୍ତ କରାଯାଇଥିଲା । ଅଗ୍ନି ନିରାପତା ପ୍ରମାଣ ପତ୍ର ପାଇଁ ଅନଲାଇନରେ ଆବେଦନ କରିବାର ଯେଉଁ ବ୍ୟବସ୍ଥା କରାଯାଇଛି ସେଥିରେ ଆବେଦନ କରିବାର ୧୮ ଦିନ ମଧ୍ୟରେ ଅଗ୍ନି ନିରାପତା ପ୍ରମାଣ ପତ୍ର ଯୋଗାଇ ଦିଆଯିବ ନିଷ୍ପତି ହୋଇଛି ।

Share

Leave a Reply

Your email address will not be published. Required fields are marked *

9 + 14 =