ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ

ପୁରୀ()  ପୁରୀରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୋଲିସ ପୀଡିତାକୁ ଉଦ୍ଧାର କରିବା ସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସଷ୍ଟାଣ୍ଡରେ ଥିବା ବସରୁ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ଘର କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି। ସେ କଟକରୁ ଏକ ଏସି ଡିଲକ୍ସ ବସ୍ରେ ପୁରୀ ଆସୁଥିବା ବେଳେ ନିଦ ଲାଗିଯିବାରୁ ମାଳତୀପାଟପୁରରେ ଓହ୍ଲାଇ ପାରି ନଥିଲେ। ପୁରୀ ବସଷ୍ଟାଣ୍ଡରେ ନିଦ ଭାଙ୍ଗିବା ବେଳକୁ ରାତି ପ୍ରାୟ ୯ଟା ହୋଇଯାଇଥିଲା। ହେଲପର ଜଣକ ତାଙ୍କୁ ବୁଝାସୁଝା କରି ବସ୍ ଶୋଇ ପଡିବାକୁ କହିଥିଲା। ଏହାପରେ ନାବାଳିକାର ସରଳତାର ସୁଯୋଗ ନେଇ ହେଲପର୍ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତା କହିଛନ୍ତି,“ ରାତି ୮ଟାରେ ପୁରୀ ବସ୍ଷ୍ଟାଣ୍ଡରେ ଗାଡ଼ି ଆସି ପହଞ୍ଚିଥିଲା। ଏହାପରେ ବସ୍ ହେଲପର ଆସି ମୋତେ କହିଥିଲେ ଏଠି ବସିଥାଏ ତମ ପାଇଁ ଖାଇବା ନେଇ ଆସୁଛି। ମୁଁ ହଁ କହିଥିଲି। ଏହାସହ ମୁଁ ବାହାରୁ ବାହାରି ନଥିଲି, ବସ୍ ଭିତରେ ଥିଲି। ରାତି ୯ଟା ପାଖାପାଖିରେ ଖାଇବା ନେଇ ସେମାନେ ଆସିଥିଲେ। ମୋତେ ଥକା ଲାଗୁଥିବାରୁ ଖାଇ ସାରିବା ପରେ ମୁଁ ଶୋପଡ଼ିଥିଲି। ସେମାନେ ମୋତେ କହିଥିଲେ, ଶୋଇପଡ଼, ଏସି ଲଗାଇଦେବି ଓ ମଶାଧୂପ ଲଗାଇଦେବି। ମୁଁ ନିଦରେ ଶୋଇଥିଲି ସେମାନେ ମୋତେ ଦୁଷ୍କର୍ମ କରିଥିଲେ। ମୁଁ ଚାହୁଁଛି ଅଭିଯୁକ୍ତକୁ ଦଣ୍ଡ ମିଳୁ।”

ପୀଡିତାଙ୍କ ଅଭିଯୋଗ ପରେ ବସ୍ ର ହେଲପରଙ୍କୁ ଗିରଫ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି । ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

one × 4 =