୭୦% ସିଲାବସରୁ ହେବ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଅସନ୍ତୁଷ୍ଟ ଛାତ୍ର ଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେବେ । ତେବେ ସେମାନେ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଫଲାଇନ ପରୀକ୍ଷା ଲାଗି ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲପ କରାଯିବ । ତେବେ ପରୀକ୍ଷାର ୧୫ଦିନ ମଧ୍ୟରେ ରେଜଲ୍ଟ ଲାଗି ଚେଷ୍ଟା କରାଯିବ । ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ନେଇ ପ୍ରସ୍ତୁତି କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ସୂଚନା ଥାଉକି, ନିକଟରେ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ଛାତ୍ର ଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

18 + fifteen =