Friday, October 30, 2026
Latestରାଜନୀତିରାଜ୍ୟ

ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ବିଜେଡି । ଶତାଧିକ ବିରୋଧୀ ଦଳ ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିକୁ ଛୁଟୁଛନ୍ତି ବିରୋଧୀ ନେତୃ ମଣ୍ଡଳୀ । ବିଜେଡିର ମିଶ୍ରଣ ପର୍ବ। ଶ୍ରମିକ ସଂଗଠନ ତଥା ବାମପନ୍ଥୀ ନେତା ନବ କିଶୋର ମହାନ୍ତି ବିଜେଡିରେ ଯୋଗ ଦେଇଛନ୍ତି। ଏହା ସହ ୪୨ଟି ଶ୍ରମିକ ସଂଗଠନ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିି ସାଂସଦ ସୁବାସ ସିଂଙ୍କ ବାସଭବନରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ଏଥିରେ ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁବାସ ସିଂ ଓ ବିଧାୟକ ଅନନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଅନ୍ୟ ଦଳର ନେତା ଓ କର୍ମୀ ବିଜେଡି ମୁହାଁ ହେଉଛନ୍ତି । ଆଜି ରାଜ୍ୟ ବିଜେଡି କାର୍ୟ୍ୟାଳୟରେ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ କର୍ମୀ ତଥା ଆଳି ସାନମଙ୍ଗ ସରପଞ୍ଚ ପ୍ରୀତି ରଞ୍ଜନ ରାୟ ।ପ୍ରୀତି ରଞ୍ଜନ ରାୟଙ୍କ ସହ ତାଙ୍କର ୭୦ ଜଣ ସହଯୋଗୀ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି । ନିଜ ପଞ୍ଚାୟତର ଉନ୍ନତି ଲାଗି ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ପ୍ରୀତି ରଞ୍ଜନ ରାୟ । ମିଶ୍ରଣ ପର୍ବରେ ଆଳି ବିଧାୟକ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

1 × 3 =