ମେଲୋଡି ଆୟୋଜନକାରୀଙ୍କୁ ୫୦ ହଜାର ଜୋରିମାନା

କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ଜାରି କରାଯାଇଛି ।  ବିଭିନ୍ନ ପୂଜା ପାର୍ବଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇଛି । ତେବେ ଏହାକୁ କିଛି ସ୍ଥାନରେ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଏନେଇ ଅମାନିଆଙ୍କୁ ଜୋରିମାନା ମଧ୍ୟ କରାଯାଉଛି ।

ଏହାରି ଭିତରେ କରୋନା କାଳରେ ମେଲୋଡି କାର୍ଯ୍ୟକ୍ରମ କରାଯିବା ମହଙ୍ଗା ପଡ଼ିଛି ।  ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁରରେ ଏକ ମେଲୋଡି ଆୟୋଜନକାରୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଅତିରିକ୍ତ ତହସିଲଦାର ସମ୍ପୃକ୍ତ ଆୟୋଜନକାରୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ।  ଭୋଗରାଇରେ ଗତକାଲି ରାତିରେ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା ।  କୋଭିଡ କଟକଣା ନମାନି ଲୋକଙ୍କ ଗହଳି ଭିତରେ ଏହି କାର୍ଯ୍ୟକ୍ରମ ଚାଲିଥିଲା ।

Share

Leave a Reply

Your email address will not be published. Required fields are marked *

three × five =