Friday, October 30, 2026
Latestରାଜ୍ୟ

MDH ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ପରଲୋକ

ନୂଆଦିଲ୍ଲୀ() ପରଲୋକରେ MDH ମାଲିକ ମହାଶୟ ଧର୍ମପାଲ ଗୁଲାଟି। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ମୁତାବିକ ଗୁରୁବାର ସକାଳ ୫ଟା ୨୮ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଶ୍ରୀ ଗୁଲାଟି ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ। ପରେ ଠିକ୍‌ ହେବା ପରେ ଗୁରୁବାର ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

୧୯୨୩ ମସିହାରେ ଧର୍ମପାଲ ଗୁଲାଟି ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। କେବଳ ୫ମ ଶ୍ରେଣୀ ପଢ଼ିଥିବା ଶ୍ରୀ ଗୁଲାଟି MDH କମ୍ପାନୀକୁ ପରିଚୟ ଦେବାରେ ବହୁତ ପରିଶ୍ରମ କରିଥିଲେ। ଯାହାଫଳରେ MDH ବ୍ରାଣ୍ଡ ବିଶ୍ବ ବଜାରରେ ଖୁବ୍‌ ପରିଚିତ।

Share

Leave a Reply

Your email address will not be published. Required fields are marked *

16 − eight =